ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଓଡ଼ିଶାରେ ପହଞ୍ଚିବ କରୋନା ଟିକା କୋଭିସିଲ୍ଡ। ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ସ୍ପାଇସ ଜେଟରେ ଟିକା ଆସୁଛି। ଅପରାହ୍‌ଣ ୪ଟା ୨୦ରେ ବିମାନମନ୍ଦରରେ ପହଞ୍ଚିବ ଟିକା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଟିକା ପହଞ୍ଚିବା ପରେ ସେସବୁକୁ ବିଭିନ୍ନ ଟିକା କେନ୍ଦ୍ରକୁ ପଠାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯିବ।  ପ୍ରଥମ ପର୍ଯ୍ୟାୟର ଟିକା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ।

ଅନ୍ୟପଟେ କୋଭିସିଲ୍ଡକୁ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଭୋର ୫ଟା ବେଳେ ପୁଣେ ବିମାନବନ୍ଦରରୁ ୮ଟି ବିମାନ ଦ୍ୱାରା ଏହି ଟିକା ଦେଶର ୧୩ଟି ସ୍ଥାନକୁ ପଠାଯାଇଥିବାବେଳେ ମଙ୍ଗଳବାର ଦିଲ୍ଲୀରେ ପ୍ରଥମେ ଟିକା ପହଞ୍ଚିଛି।

Comment