ଓଡ଼ିଶାଲାଇଭ୍ ବ୍ୟୁରୋ

ସିରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିସିଲ୍ଡ ଟିକା ପରେ ବୁଧବାର ଭାରତ ବାୟୋଟେକର କୋଭାକ୍ସିନ ଟିକା ଓଡ଼ିଶା ଆସିଛି। ଏହି ଟିକାକୁ ଏବେ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି। କୋଭାକ୍ସିନ ଟିକାକୁ ଭୁବନେଶ୍ଵରରେ ଦିଆଯିବା ପାଇଁ ରଖାଯାଇଥିବା ବେଳେ କୋଭିସିଲ୍ଡ ଟିକାକୁ ଅନ୍ୟ ସବୁ ଜିଲ୍ଲାରେ ଟିକାକରଣ ପାଇଁ ପଠାଇ ଦିଆଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାକୁ ପଠାଯାଇଛି କେତେ ପରିମାଣର ଟିକା।

ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ସୂଚନା ମୁତାବକ କଟକ ଜିଲ୍ଲାକୁ ସର୍ବାଧିକ ୧୭,୧୯୦ ଟିକାର ଡୋଜ୍ ପଠାଯାଇଛି। କଟକ ପଛକୁ ଗଞ୍ଚାମ ଜିଲ୍ଲାକୁ ୧୫,୧୨୦, ମୟୁରଭଞ୍ଜ ଜିଲ୍ଲାକୁ ୧୦,୭୧୦ ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ୯୯୪୫ ଡୋଜ୍ ପଠାଯାଇଛି।covishield vaccineସେହିପରି ଅନୁଗୁଳକୁ ୪,୫୯୦, ବଲାଙ୍ଗିରକୁ ୭,୨୦୦, ବାଲେଶ୍ୱରକୁ ୭,୫୬୦, ବରଗଡ଼କୁ ୬,୫୨୫, ଭଦ୍ରକକୁ ୪,୯୯୫, ବୌଦ୍ଧକୁ ୧,୭୫୫, ଦେଓଗଡ଼କୁ ୧,୪୮୫, ଢେଙ୍କାନାଳକୁ ୪,୫୦୦, ଗଜପତିକୁ ୪,୦୫୦, ଜଗତସିଂହପୁରକୁ ୪,୫୯୦, ଯାଜପୁରକୁ ୬,୮୮୫, ଝାରସୁଗୁଡାକୁ ୨,୮୮୦, କଳାହାଣ୍ଡିକୁ ୬,୧୨୦, କନ୍ଧମାଳକୁ ୪,୫୯୦, କେନ୍ଦ୍ରାପଡାକୁ ୪,୯୯୫, କେନ୍ଦୁଝରକୁ ୭,୨୯୦, ଖୋର୍ଦ୍ଧାକୁ ୫,୫୩୫, କୋରାପୁଟକୁ ୭,୪୭୦, ମାଲକାନଗିରିକୁ ୩,୨୪୦, ନବରଙ୍ଗପୁରକୁ ୬,୩୦୦, ନୟାଗଡ଼କୁ ୩,୬୦୦, ନୂଆପଡାକୁ ୩,୨୪୦, ପୁରୀକୁ ୬,୩୦୦, ରାୟଗଡାକୁ ୪,୮୬୦, ସମ୍ବଲପୁରକୁ ୬,୭୫୦ ଏବଂ ସୁବର୍ଣ୍ଣପୁରକୁ ୩,୨୮୫ ଟିକାର ଡୋଜ୍ ପଠାଯାଇଛି।ଆସନ୍ତା ୧୬ ତାରିଖରୁ ରାଜ୍ୟରେ ଟିକାକରଣ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ବୟସ୍କ ସ୍ଵାସ୍ଥ୍ୟକର୍ମୀ, ସ୍ଵାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ଦିଆଯିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ମୋଟ୍ ୧୬୨ଟି ଟିକାଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି।

Comment