ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ୨୩ଟି ଜିଲ୍ଲା ଓ ଷ୍ଟେଟପୁଲକୁ ମିଶାଇ ଗତ ୨୪ ଘଣ୍ଟା ମଧ୍ୟରେ ୨୨୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୧୨୭ଟି ଥିବା ବେଳେ ୯୫ଟି ଲୋକାଲ କେସ୍ ରହିଛି। ଏନେଇ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୨୮ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୨୪, ଝାରସୁଗୁଡାରୁ ୨୩, ବରଗଡ଼ରୁ ୨୨, ସମ୍ଵଲପୁରରୁ ୨୧ ଏବଂ ଖୋର୍ଦ୍ଧାରୁ ୧୨ଟି ପଜିଟିଭ୍ କେସ୍ ରହିଛି। ଏଥିସହ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୭୬୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୮,୬୨୨ ଜଣ ବ୍ୟକ୍ତି କରୋନାକରୁ ସୁସ୍ଥ ହୋଇ ଘରକୁ ଫେରଥିବା ବେଳେ ଏବେ ବି ରାଜ୍ୟରେ ୨,୧୯୨ଟି ସକ୍ରିୟ କେସ ରହିଛି।

Comment