ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ସଫେଇ କର୍ମଚାରୀ ପ୍ରଥମ ଟିକା ପାଇବେ। ରାଜ୍ୟ ସରକାର ଏନେଇ ବୁଧବାର ଦିନ ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଥମ ହିତାଧିକାରୀ ଯିଏ ଟିକା ପାଇବେ ତାହା ସମାଜକୁ ଭଲ ସନ୍ଦେଶ ପଠାଇବା ଦରକାର ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଭିଡିଓ ଆଲୋଚନାରେ ଉଲ୍ଲେଖ କରିଛନ୍ତି।

ଯେଉଁଦିନ ପ୍ରଥମ ଟିକା ଦିଆଯିବ ତାହା ସମ୍ଭବତଃ ଚତୁର୍ଥ ଶ୍ରେଣୀ କର୍ମଚାରୀ ପାଇବା ଠିକ ହେବ। ଯେଉଁମାନେ ଏଥିପାଇଁ ନାମ ପଞ୍ଜୀକରଣ କରିଥିବେ ସେମାନେ ଟିକା ପାଇବେ।ଟିକାକରଣ ଆରମ୍ଭ ହେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇଥିବା ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିବେ। ଖବର ଅନୁଯାୟୀ ଟିକା ଦାନର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ୨ ଲକ୍ଷ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆଯିବ। ଏହାପରେ ଆସନ୍ତା ସପ୍ତାହରେ ଆଉ ଦୁଇ ଲକ୍ଷ କର୍ମଚାରୀ ଟିକା ନେବେ।

ଶନିବାର ଦିନ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହେବ। ତେଣୁ ଯେଉଁଠି ଟିକା ନେବା ନେଇ ସନ୍ଦେହ ଓ ଭୟ ଥିବ ସେଠି ଜଣେ ବରିଷ୍ଠ କର୍ମଚାରୀ ଆଗ ଟିକା ନେଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବେ ବୋଲି ପ୍ରଦୀପ୍ତ ମହାପାତ୍ର କହଛନ୍ତି।

Comment