ଓଡ଼ିଶାଲାଇଭ ବ୍ୟୁରୋ

କରୋନା କାଳରେ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା ସୋନୁ ସୁଦ। କେତେବେଳେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ତ ଆଉ କେତେବେଳେ ଗରିବ ଲୋକଙ୍କୁ ସହୟତାର ହାତ ବଢ଼ାଇଛନ୍ତି ସୋନୁ। ଆଉ ଏବେ ମୁକ୍ତ ଆକାଶ ତଳେ ଟେଲରିଂ ଦୋକାନ ଖୋଲି ପୁଣି ଥରେ ସେ ଚର୍ଚ୍ଚିତ ହୋଇଛନ୍ତି।

ସୋନୁ ସୁଦ ଟେଲରିଂ ଦୋକାନ ଖୋଲିଛନ୍ତି, ଏହା ଆପଣଙ୍କ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ। କିନ୍ତୁ ସୋନୁ ନିଜେ ଦୁଇ ଦିନ ତଳେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏ କଥା ଜଣାଇଛନ୍ତି। ଏଥିରେ ସୋନୁ ନିଜେ ସିଲେଇ ମେସିନ ଧରି କିଛି କପଡ଼ା ସିଲେଇ କରୁଥିବାର ଦେଖିବାକୁ ମିଳିଛି।

ସବୁଠୁ ମଜା କଥା ହେଉଛି ସୋନୁ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି,‘‘ ସୋନୁ ସୁଦ ଟେଲରିଂ ସପ୍‌। ଏଠାରେ ମାଗଣାରେ ସିଲେଇ କରାଯାଏ। କିନ୍ତୁ ଯଦି ପ୍ୟାଣ୍ଟ ବଦଳରେ ସଟ୍ସ ସିଲେଇ ହୋଇଯାଏ, ତାହେଲେ ଆମର ଗାରେଣ୍ଟି ନାହିଁ’’।

ସୋସିଆଲ ମିଡିଆରେ ସୋନୁଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋନୁଙ୍କ ପ୍ରଶଂସକ ଏହି ଭିଡିଓକୁ ବେଶ୍‌ ପସନ୍ଦ କରିଛନ୍ତି।

Comment