ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଏଯାବତ୍‌ ୧ ଲକ୍ଷ ୩୦ ହଜାର ୭ ଜଣଙ୍କୁ କରୋନା ଟିକା ଦିଆଯାଇଛି। ସର୍ବଭାରତୀୟ ସ୍ତରରେ ଟିକାକରଣରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

‘‘ଗତାକାଲି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଟିକାକରଣ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି। ସମସ୍ତଙ୍କୁ ଟିକାକରଣ କରିବା ପାଇଁ ଆମେ ଚେଷ୍ଟା କରିବୁ’’, କହିଛନ୍ତି ବିଜୟ ପାଣିଗ୍ରାହୀ।

ଅନ୍ୟପଟେ ରାଜ୍ୟ ପାଇଁ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ କୋଭାକ୍ସିନ ଟିକା ଆସିଛି ବୋଲି ସେ ସୂଚନା ଦେଇଛନ୍ତି। ୨୫ ତାରିଖ ସୁଦ୍ଧା ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରହିଛି। ଜାନୁଆରି ୧୬ ତାରିଖରୁ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା।

ସେହିପରି ସର୍ବାଧିକ ଲୋକଙ୍କୁ ଟିକା ଲଗାଇଥିବା ରାଜ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ରହିଛି । କର୍ଣ୍ଣାଟକରେ ଏଯାବତ୍ ୧ ୩୮ ହଜାର ୮୦୭ ଲୋକଙ୍କୁ ଟିକା ଦିଆଯାଇଛି। ଆନ୍ଧ୍ର ପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ଏଯାଏଁ ୧ ଲକ୍ଷ ୧୫ ହଜାର ୩୬୫ ଜଣଙ୍କୁ ଟିକା ଦିଆଯାଇଛି।

Comment