ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଚଳିତବର୍ଷର ପୋଲିସ ପଦକ ଘୋଷଣା କରାଯାଇଛି। ବିଭିନ୍ନ ବର୍ଗରୁ ଓଡ଼ିଶାରୁ ୧୩ ଜଣ ପୋଲିସ ଏଥର ମେଡାଲ ପାଇବେ।

ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୨ ପୋଲିସ ପାଇବେ ରାଷ୍ଟ୍ରପତି ପଦକ। ସେମାନେ ହେଲେ ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା, ବିପିଏସ୍‌ପିଏ ଡେପୁଟି ସୁବେଦାର ବୁଦ୍ଧା ବାହାଦୂର ଥାପା।

ସେହିପରି ଅନ୍ୟ ୧୧ ଜଣ ପୋଲିସଙ୍କୁ ମିଳିବ ଉଲ୍ଲେଖନୀୟ ସେବ ପଦକ। ସେମାନଙ୍କ ଭିତରେ ଅଛନ୍ତି ରାଜ୍ୟ ପୋଲିସ ମୁଖ୍ୟାଳୟର ଆଇନଶୃଙ୍ଖଳା ବିଭାଗର ପୋଲିସ ମହାନିର୍ଦେଶକ ଏସ୍‌ ପ୍ରବୀଣ କୁମାର, ରାଉରକେଲାର ସ୍ପେସାଲ୍‌ ବ୍ରାଞ୍ଚ୍‌ର ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରବୀନ୍ଦ୍ର କୁମାର ଦାସ, ଭୁବନେଶ୍ୱର ଏସ୍‌ଆଇଡବ୍ଲୁର ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଭବାନୀଶଙ୍କର ମିଶ୍ର, ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମିର ଡେପୁଟି କମାଣ୍ଡାଣ୍ଟ୍‌ ଅଶୋକ କୁମାର ଦେହୁରି, ଭୁବନେଶ୍ୱର ଏସିପି ଜୋନ୍‌-୬ର ସହକାରୀ ପୋଲିସ କମିସନର‌  ପ୍ରକାଶ ଚନ୍ଦ୍ର ପାଲ୍‌, କଟକସ୍ଥିତ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ସହକାରୀ ସବ୍‌ ଇନ୍‌ସ୍ପେକ୍ଟର୍‌ ମନୋରଞ୍ଜନ ଶତପଥୀ, ସୁନ୍ଦରଗଡ଼ର କ୍ରାଇମ୍‌ ହାବିଲଦାର୍‌ ସରୋଜ କୁମାର ଭୋଇ, କଟକସ୍ଥିତ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ଡ୍ରାଇଭର୍‌ ହାବିଲଦାର ଶେଖ୍‌ ନାସିରୁଦ୍ଦିନ, କୋରାପୁଟ ଜିଲ୍ଲା ସୁନାବେଡ଼ାର କନେଷ୍ଟବଳ ଗୌତମ ପାତ୍ର, ଝାରସୁଗୁଡ଼ାସ୍ଥିତ ‘ଓଏସ୍‌ଏପି ୨ୟ ବାଟାଲିୟନ୍‌’ର ସୁବେଦାର ହେମନ୍ତ ବାହାଦୁର କ୍ଷେତ୍ରୀ ଛେତ୍ରୀ ଏବଂ ଭୁବନେଶ୍ୱରସ୍ଥିତ ‘ଏସ୍‌ଓଜି’ର ଡେପୁଟି କମାଣ୍ଡାଣ୍ଟ୍‌  ବୁଡ୍ଡା ତାମଙ୍ଗ।

Comment