ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଜାନୁଆରି ୧୬ରେ ପ୍ରଥମ ଡୋଜ୍‌ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଫେବ୍ରୁଆରି ୧୪ରୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯିବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ଲକ୍ଷ୍ୟ ଥିଲା। ସେମାନଙ୍କ ମଧ୍ୟରେ ଏବେ ସୁଦ୍ଧା ୧ ଲକ୍ଷ ୫୨ ହଜାର ୩୫୧ ଟିକା ନେଇଛନ୍ତି। ଆଜି ଏହି ସଂଖ୍ୟା ୧ ଲକ୍ଷ ୯୨ ହଜାରରେ ପହଞ୍ଚିପାରେ। ତେବେ ଯେଉଁମାନେ ରହିଗଲେ ସେମାନଙ୍କୁ ଫେବ୍ରୁଆରି ୨୮ ଅର୍ଥାତ୍‌ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ଦିଆଯିବ ବୋଲି ସେ କହିଛନ୍ତି।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ କୋଭିଡ ଯୋଦ୍ଧାମାନଙ୍କର ଡାଟାବେସ୍‌ ପ୍ରସ୍ତୁତ ଚାଲିଛି ବୋଲି ସେ କହିଛନ୍ତି। ଦ୍ୱିତୀୟ ପର୍ୟ୍ୟୟ ପାଇଁ ୨ଲକ୍ଷରୁ ଅଧିକ ପ୍ରମୁଖ ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

Comment