ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାସ୍ତା କଡ଼ରେ ଓଲଟି ପଡ଼ିଲା ବସ୍। ନୟାଗଡ଼ରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ରଘୁନାଥ ନାମକ ଏକ ଯାତ୍ରିବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ଘଟିଛି। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା କୁମ୍ଭାର ବାଡ଼ି ଗ୍ରାମ ନିକଟରେ ଆଜି ଭୋର ସକାଳୁ ଏହି ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଥିବା ଜଣାପଡ଼ିଛି।

ଏହି ବସ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ବ୍ୟକ୍ତିଙ୍କ ପରିଚୟ ରମେଶ ଜେନା ଓ ତାଙ୍କ ଘର ନୟାଗଡ଼।

ଘଟଣା ସ୍ଥଳରେ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି ।

Comment