ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ସଙ୍ଗଠନର ହାତ ରହିଛି। ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ ସଙ୍ଗଠନ ଜୈସ-ଉଲ-ହିନ୍ଦ। ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଛି ଏହି ସଙ୍ଗଠନ। ତେବେ ଏହି ଘୋଷଣା ପରେ ଏନଆଇଏ ନିଜର ତଦନ୍ତ ଜୋରଦାର କରିଛି।

ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଏପିଜେ ଅବଦୁଲ କାଲାମ ରୋଡସ୍ଥିତ ଦୂତାବାସଠାରୁ ପ୍ରାୟ ୫୦ ମିଟର ଦୂର ଜିନ୍ଦଲ ହାଉସ୍‌ ନିକଟରେ ଏହି ବିସ୍ଫୋରଣ ଘଟିଥଲା। ଏଥିଯୋଗୁଁ ସେଠାକାର ରାସ୍ତା ଓ ଗାଡ଼ି ସବୁ କ୍ଷୟକ୍ଷତି ହୋଇଛି।

ତେବେ ଘଟଣାସ୍ଥଳରୁ ଗତକାଲି ପୋଲିସକୁ ଏକ ଲଫାପା ମିଳିଥିଲା। ଯେଉଁଥିରେ ଏହା କେବଳ ଏକ ଟ୍ରେଲର ବୋଲି ଲେଖାଥିଲା।

ଦିଲ୍ଲୀ ପୋଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସରକାରଙ୍କ ପକ୍ଷରୁ ତୁରନ୍ତ ସମସ୍ତ ବିମାନବନ୍ଦର ଓ ସରକାର କୋଠା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସତର୍କତା ଜାରି କରାଯାଇଛି।

Comment