ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ୨୪ ଘଣ୍ଟା ଯାଏଁ  ଓଡିଶାର ୧୬ ଜିଲ୍ଲାକୁ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡା ଏବଂ  ନବରଙ୍ଗପୁର ଜିଲ୍ଲାରେ କିଛି କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି।

ସର୍ବନିମ୍ନ ତାପମାତ୍ରା (ରାତ୍ରି ତାପମାତ୍ରାରେ) ରେ ଆଗାମୀ ୨ ରୁ ୩ ଦିନ ଯାଏଁ  କୌଣସି  ପରିବର୍ତ୍ତନର ସମ୍ଭାବନା ନାହିଁ, ଏହି ତାପମାତ୍ରା ଆଗାମୀ ୨ରୁ ୩ ଦିନ ଯାଏଁ ଓଡ଼ିଶାର  ଜିଲ୍ଲାଗୁଡିକ ଅନେକ ଅଞ୍ଚଳରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ ୫ ଡିଗ୍ରୀ ସେଲସିଅସ ଯାଏଁ କମ ରହିବାର ସମ୍ଭାବନା ଥିବାବେଳେ, ପରବର୍ତ୍ତୀ ସମୟରେ  ଏହା ଓଡ଼ିଶାର  ଜିଲ୍ଲାଗୁଡିକରେ  ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି।

ସେହିପରି କୋରାପୁଟ, ମାଲକାନଗିରିର କିଛି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ରହିଛି।

Comment