ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଅଫିସରେ ଦିଆଯିବ କରୋନା ଟିକା। ରାଜ୍ୟର ସମ୍ମୁଖ ଯୋଦ୍ଧାମାନଙ୍କୁ ଏହି ଟିକାକରଣରେ ସାମିଲ କରାଯିବ। ଆସନ୍ତା ୬ ତାରିଖରୁ ଏହି ଟିକାକରଣ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଟିକା ଦିଆଯିବ। ଏବାବଦରେ ବୁଧବାର ରାଜ୍ୟ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୯୨ହଜାର ସମ୍ମୁଖ ଯୋଦ୍ଧାଙ୍କ ଡାଟା ବେସ୍ ପ୍ରସ୍ତୁତ ରହିଛି। ଆସନ୍ତା ୬ତାରିଖରୁ ଏହି ଟିକାକରଣ ଆରମ୍ଭ କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ତିନି ସପ୍ତାହ ଭିତରେ ଏହାକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି।ଅନ୍ୟପଟେ ଟିକାକରଣ ପାଇଁ ବୁଧବାର ଓଡ଼ିଶାକୁ ୬୩ ହଜାର ୯୦ଡୋଜ୍ କୋଭିସିଲ୍ଡ ଟିକା ଏବଂ ୮୩ ହଜାର ୫୦୦ ଡୋଜ୍ କୋଭାକ୍ସିନ୍ ଟିକା ଆସିଥିବା ସୂଚନା ମିଳିଛି। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ସ୍ଵାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯାଉଛି। ଆସନ୍ତା ୧୦ତାରିଖ ସୁଦ୍ଧା ଏହି ପର୍ଯ୍ୟାୟ ଟିକାକରଣ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ଫେବ୍ରୁଆରି ୧୫ ତାରିଖରୁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ।

Comment