ଓଡ଼ିଶାଲାଇଭ୍ ବ୍ୟୁରୋ

ବକ୍ସିଙ୍ଗ ଫେଡରେସନ ଅଫ ଇଣ୍ଡିଆର ଉପସଭାପତି ଭାବେ ଅନୀଲ କୁମାର ବହିଦାରଙ୍କୁ ନିଯୁକ୍ତ କରାଯାଇଛି। ଦକ୍ଷିଣ ପୂର୍ବ ଜୋନ ଦାୟିତ୍ୱରେ ସେ ରହିବେ। ନିକଟରେ ଗୁରୁଗ୍ରାମରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ବହିଦାର ୪ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ। ବହିଦାର ବର୍ତ୍ତମାନ ଓଡ଼ିଶା ସୌଖିନ ଵକ୍ସିଂ ଅସୋସିଏସନର ସମ୍ପାଦକ ଅଛନ୍ତି। ତାଙ୍କ ନିଯୁକ୍ତିରେ ବିଏଫଆଇ ସଭାପତି ଅଜୟ ସିଂହ ଓ ଓଡ଼ିଶା କ୍ରିକେଟ ଆସୋସିଏସନ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

Comment