ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ପ୍ରତିଷ୍ଠା ହେବାକୁ ଯାଉଛି ବଜ୍ରାଘାତ ଅନୁସନ୍ଧାନ କେନ୍ଦ୍ର। ଆଇଏମଡି ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।

‘‘ଦେଶରେ ପ୍ରଥମ ଥର ପାଇଁ ଏଭଳି ଅନୁଷ୍ଠାନର ପରିକଳ୍ପନା କରାଯାଇଛି। ଭୂ ବିଜ୍ଞାନ ମନ୍ତ୍ରାଳୟ, ଇସ୍ରୋ, ଡିଆରଡିଓ ସହଯୋଗରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ବଜ୍ରାଘାତ ସମ୍ବଦ୍ଧରେ ଆହୁରି ସଠିକ ତଥ୍ୟ ମିଳିବ। ସଠିକ ଆକଳନ ଦ୍ୱାରା ବହୁ ଧନଜୀବନ ରକ୍ଷା କରାଯାଇପାରିବ’’, କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର।

ତେବେ ଏହି କେନ୍ଦ୍ର ବାଲେଶ୍ୱର ଜିଲ୍ଲାରେ ପ୍ରତିଷ୍ଠା ହେବ ବୋଲି ଜଣାପଡ଼ିଛି। ଖୁବଶୀଘ୍ର ଏ ଦିଗରେ କାମ ଆରମ୍ଭ ହେବ। ଉତ୍ତର ଓଡ଼ିଶା ବଜ୍ରାଘାତ ପ୍ରବଣ ଅଞ୍ଚଳ ହୋଇଥିବାରୁ ବାଲେଶ୍ୱରରୁ ଏହି ନୂଆ ଜ୍ଞାନ କୌଶଳର ପ୍ରୟୋଗ କରାଯିବ।

ଏହି କେନ୍ଦ୍ରରେ ପାଣିପାଗ ମାପକ ଯନ୍ତ୍ର ଲଗାଯିବ। ଏହାସହିତ ଅତ୍ୟାଧୁନିକ ଯନ୍ତ୍ରପାତି ରହିବ। ଏହାଦ୍ୱାରା କାଳବୈଶାଖୀ ଓ ବଜ୍ରାଘାତ ନେଇ ଆଗୁଆ ଓ ସଠିକ ସୂଚନା ମିଳିବ।

Comment