ଓଡ଼ିଶାଲାଇଭ୍ ବ୍ୟୁରୋ

ପେଟ୍ରୋଲ୍, ଡିଜେଲ୍ ଦରବୃଦ୍ଧି ପ୍ରତିବାଦରେ ଫେବ୍ରୁଆରି ୧୫ରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସାରା ଓଡ଼ିଶାକୁ ବନ୍ଦ ରଖିବାକୁ କଂଗ୍ରେସ ଡାକରା ଦେଇଛି। ଏନେଇ ମଙ୍ଗଳବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ସାମ୍ଵାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

ଏଥିସହ ଜନସାଧାରଣଙ୍କ ପାଖରେ ପହଞ୍ଚିକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆ ମାଧ୍ୟମରେ ‘ଜଏନ କଂଗ୍ରେସ ସୋସିଆଲ ମିଡ଼ିଆ’କ୍ୟାମ୍ପେନ ଆରମ୍ଭ କରିଛି। ମଙ୍ଗଳବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି।ଏହି ଅବସରରେ ନିରଞ୍ଜନ କହିଛନ୍ତି ଯେ, ଜଏନ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନରେ ୨୧ଟି ସଂସଦୀୟ କ୍ଷେତ୍ରରୁ ୨୧ ହଜାର ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ସୋସିଆଲ ମିଡିଆ ମାଧ୍ୟମରେ କଂଗ୍ରେସ ଜନସାଧାରଣଙ୍କ ପାଖରେ ପହଞ୍ଚିବ।

ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆଦିଲ୍ଲୀରେ ଜଏନ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନର ଶୁଭାରମ୍ଭ କରିଥିଲେ। ଏହି କ୍ୟାମ୍ପେନ ଜରିଆରେ ୫ ଲକ୍ଷ ଅନଲାଇନ୍ ଯୋଦ୍ଧା ହାସଲ କରିବା ଲକ୍ଷରେ କଂଗ୍ରେସ ଏହି ଅଭିଯାନ ଆରମ୍ଭ କରିଛି। ଏହି ଯୋଦ୍ଧାମାନେ ଦେଶରେ ଦେଖାଯାଉଥିବା ଘୃଣାକୁ ଜବାବ ଦେବା ସହ ଭାରତର ବିଚାରଧାରକୁ ସୁରକ୍ଷା ଯୋଗାଇବେ ବୋଲି ରାହୁଲ କରିଥିଲେ।

Comment