ଓଡ଼ିଶାଲାଇଭ୍ ବ୍ୟୁରୋ

ଏକ ଦୁର୍ଘଟଣାକୁ ନେଇ ଲୋକଙ୍କ ଆକ୍ରୋଶର ଶିକାର ହେଲା ପୋଲିସ। ଲୋକଙ୍କ ପଥର ମାଡ଼ରେ ଘାଇଲା ହେଲେ ୭ ପୋଲିସ କର୍ମଚାରୀ। ବାଲେଶ୍ୱର ଜିଲ୍ଲା ସୋର-ମଙ୍ଗଳପୁର ରାସ୍ତାର ଅଙ୍ଗୁଳା ଛକରେ ଏହି ଘଟଣା ଘଟିଛି।

ଗୁରୁବାର ସୋର-ମଙ୍ଗଳପୁର ରାସ୍ତାର ଅଙ୍ଗୁଳା ଛକରେ ଏକ ଦୁର୍ଘଟଣା ଘଟିଥିଲା। ଡମ୍ଫର ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଥିଲେ। ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ଏହି ଦୁର୍ଘଟଣା ପରେ କ୍ଷତିପୂରଣ ଦାବି ଓ ରାସ୍ତାରେ ହମ୍ପସ୍ ନିର୍ମାଣ କରିବା ଦାବିରେ ରାସ୍ତାରୋକ କରିଥିଲେ ସ୍ଥାନୀୟ ବାସିନ୍ଦା। ରାସ୍ତାରୋକ କରିଥିବା ଲୋକଙ୍କୁ ବୁଝାସୁଝା କରିବାକୁ ଯାଇଥିଲା ପୋଲିସ। ସେହି ସମୟରେ ଉଭୟ ପୋଲିସ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହୋଇଥିଲେ। ସେଥିରେ ୭ ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ପୋଲିସର ପାଲଟା ଲାଠି ଚାଳନାରେ ୩ଜଣ ସ୍ଥାନୀୟ ବାସିନ୍ଦା ଆହତ ହୋଇଥିବା ସୂଚନା ମିଳିଛି।

Comment