ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ମାସ ଆର୍ଥିକ ବର୍ଷର ଶେଷ ମାସ। ଏହି ମାସରେ ସାଧାରଣତଃ ବ୍ୟାଙ୍କଗୁଡ଼ିକ ସହିତ ଜଡିତ କାମ ଅଧିକ ଥାଏ। କିନ୍ତୁ ଜାଣି ରଖନ୍ତୁ ମାର୍ଚ୍ଚ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ। ଏପରି ପରିସ୍ଥିତିରେ ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତାହେଲେ ସାରିନିଅନ୍ତୁ।

ଆରବିଆଇ ଗାଇଡଲାଇନ ଅନୁଯାୟୀ, ଦେଶରେ ବ୍ୟାଙ୍କଗୁଡ଼ିକ ରବିବାର ବ୍ୟତୀତ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବନ୍ଦ ରହେ। ଏହାଛଡ଼ା ଏହି ମାସରେ କିଛି ଅତିରିକ୍ତ ଛୁଟି ଓ ପର୍ବ ପର୍ବାଣୀ ପାଇଁ ବ୍ୟାଙ୍କ ଛୁଟି ରହିବ।

୧୧ ତାରିଖରେ ମହାଶିବରାତ୍ରୀ ପଡ଼ୁଥବାରୁ ଏହି ଦିନ ବ୍ୟାଙ୍କ ବନ୍ଦ ରହିବ। ୧୩ ମାର୍ଚ୍ଚରେ ଦ୍ୱିତୀୟ ଶନିବାର, ୧୪ ତାରିଖ ରବିବାର, ୧୫ ତାରିଖ ସୋମବାରରେ କିଛି ବ୍ୟାଙ୍କ ୟୁନିୟନମାନଙ୍କ ହରତାଳ, ୨୧ ମାର୍ଚ୍ଚରେ ପୁଣି ରବିବାର, ୨୭ ମାର୍ଚ୍ଚରେ ଚତୁର୍ଥ ଶନିବାର, ୨୮ ମାର୍ଚ୍ଚରେ ରବିବାର, ୨୯ ଓ ୩୦ ତାରିଖରେ ହୋଲି ପଡ଼ୁଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

LEAVE A REPLY

Please enter your comment!
Please enter your name here