ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶାରେ ଲୁଣିପାଣିରେ ରହୁଥିବା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସଲ୍ଟ ୱାଟର କ୍ରୋକୋଡାଇଲର ସଂଖ୍ୟା ସବୁଠି ବଢ଼ିଛି। ଏବେ ସାତକୋଶିଆରେ କୁମ୍ଭୀର ସଂଖ୍ୟା  ୬୨ରେ ପହଞ୍ଚିଛି। ହେଲେ ମଗର କୁମ୍ଭୀରଙ୍କ ସଂଖ୍ୟା ୧୯୫ରୁ ୧୧୩କୁ ଖସି ଆସିଛି।

ଭିତରକନିକା ଓ ଭଦ୍ରକରେ ଲୁଣିପାଣି କୁମ୍ଭୀରଙ୍କ ସଂଖ୍ୟା ୧୮୩୦କୁ ବୃଦ୍ଧି ପାଇଛି। ଗତ ବର୍ଷ ଏହା ୧୭୬୮ ଥିଲା। ଶିମିଳିପାଳରେ ମଗର କୁମ୍ଭୀର ସଂଖ୍ୟା ୮୦ରେ ସ୍ଥିର ରହିଛି।

ଗଞ୍ଜାମ ଜିଲ୍ଲା ଘୋଡ଼ାହାଡ଼ରେ ମଧ୍ୟ କୁମ୍ଭୀରଙ୍କ ସଂଖ୍ୟା ବଢୁଛି। ସେଠି ଏବେ ୬୫ଟି କୁମ୍ଭୀର ରହିଛନ୍ତି। ଘୋଡ଼ାହାଡ଼ରେ ଘଡ଼ିଆଳ କୁମ୍ଭୀର ସଂଖ୍ୟା ୮ରୁ ୧୧କୁ ବୃଦ୍ଧି ପାଇଛି। 

Comment