ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ତର୍ଜାତୀୟ ମହିଳା ଦିବସରେ ବିଜେଡି କାର୍ଯ୍ୟାଳୟରେ ସୋମବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳାମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

‘‘ମା’ମାନେ ଜନ୍ମରୁ ନେତା। ପ୍ରତି ମହିଳାଙ୍କର ନେତୃତ୍ୱ ନେବାର ସାମର୍ଥ୍ୟ ଅଛି। ସେମାନେ ପିଲା ଓ ଘର ସହ ଦେଶର ଦାୟିତ୍ୱ ମଧ୍ୟ ନେଇପାରିବେ। ମହିଳାଙ୍କ ନେତୃତ୍ୱକୁ ଦେଶର ବିକାଶରେ ଉପଯୋଗ କରିଯିବା ଦରକାର। ଏଥିପାଇଁ ମହିଳାଙ୍କୁ ସଶକ୍ତ କରିବାକୁ ବିଜେଡି ସବୁବେଳେ ଉଦ୍ୟମ କରିଆସୁଛି, ଆଗକୁ ବି କରିବ’’, କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଚାୟତ, ପୌର ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି। ବିଧାନସଭା, ସଂସଦ ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ କରାଯାଇଛି। ମା’ମାନଙ୍କ ଅଧିକାର ପାଇଁ ବିଜେଡି ଲଢ଼େଇ ଜାରି ରଖିବ।

Comment