ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାଶିବରାତ୍ରିରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଦୀପ ଜାଳିପାରିବେ ଭକ୍ତ। କୋଭିଡ୍ ଗାଇଲାଇନ୍ ମାନି ମନ୍ଦିର ବେଢ଼ା ଭିତରେ ୫୦ ପ୍ରତିଶତ ଭକ୍ତଙ୍କୁ ଦୀପ ଜାଳିବା ପାଇଁ ଅନୁମତି ମିଳିବ ଓ ଧାଡ଼ିରେ ମହାଦେବଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ କୁମାର ମହାନ୍ତି।

ପୂର୍ବରୁ କେବଳ ମନ୍ଦିର ଭିତରେ ପରମ୍ପରା ଅନୁଯାୟୀ ସେବାୟତ ପରିବାର ଦୀପ ଜାଳିବେ ବୋଲି କହିଥିଲା ବିଏମସି। ଏହାସହିତ ମନ୍ଦିର ପରିସରରେ ଗହଳି ନକରିବାକୁ ଓ ଜାଗର ଯାତ୍ରା ବନ୍ଦ କରିବାକୁ ଏସ୍‌ଆରସି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ବୁଧବାର ସେବାୟତ, ଜିଲ୍ଲାପାଳ, ଦେବୋତ୍ତର କମିସନଙ୍କ ବୈଠକ ବସିଥିଲା। ଏହି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ମନ୍ଦିର ପରିସରରେ ସମସ୍ତେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ବ୍ୟବହାର କରିବେ।

Comment