ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନପରେ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହାପୂର୍ବରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମସି)ରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ନେତା ଯଶବନ୍ତ ସିହ୍ନା। ଦିବଙ୍ଗତ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ ଯଶବନ୍ତ ସିହ୍ନା। ୨୦୧୮ ମସିହାରେ ସେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଥିଲେ।

କୋଲକାତାରେ ଥିବା ତୃଣମୂଳ କଂଗ୍ରେସ ଭବନରେ ଶନିବାର ଟିଏମ୍‌ସି ନେତାମାନଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଯଶବନ୍ତ ସିହ୍ନା। ୨୦୦୪, ସେ ଭାରତର ବୈଦେଶିକ ମନ୍ତ୍ରୀ ହୋଇଥିଲେ। ୧୯୬୦ ବ୍ୟାଚର ଆଇଏଏସ୍ ଅଫିସର ସିହ୍ନା ସରକାରୀ ଚାକିରି ଛାଡ଼ି ୧୯୮୪ ରେ ବିଜେପିରେ ସାମିଲ ହୋଇ ରାଜନୀତିରେ ପାଦ ରଖିଥିଲେ। ଦଳରେ ସାମିଲ ହୋଇ ସିହ୍ନା କହିଛନ୍ତି, ନନ୍ଦିଗ୍ରାମରେ ମମତାଙ୍କ ଉପରେ ଆକ୍ରମଣ ହେବାପରେ, ମୁଁ ଟିଏମସିରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଥିଲି। ଏଥର ପଶ୍ଚିମବଙ୍ଗରେ ଟିଏମସି ବହୁ ସଂଖ୍ୟାରେ କ୍ଷମତାକୁ ଆସିବ।

ଯଶବନ୍ତ ସିହ୍ନାଙ୍କ ପୁଅ ଜୟନ୍ତ ସିହ୍ନା ବର୍ତ୍ତମାନ ବିଜେପି ସଦସ୍ୟ ତଥା ଝାଡ଼ଖଣ୍ଡର ହଜାରିବାଗର ସଂସଦ ଅଛନ୍ତି। ଏହି ସମୟରେ ଯଶବନ୍ତ ସିହ୍ନା ଟିଏମସିରେ ସାମିଲହେବା ବିଜେପି ପାଇଁ ପ୍ରତିବନ୍ଧକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Comment