ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ଏକ୍ସଆଇଏମ୍‌ବିକୁ ବିଏମ୍‌ସି ପକ୍ଷରୁ ସିଲ୍ କରାଯାଇଛି। ଏହି ଅନୁଷ୍ଠାନରୁ ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସୋମବାର ଏଭଳି ନିଷ୍ପତ୍ତି ନେଇଛି ବିଏମ୍‌ସି। କ୍ୟାମ୍ପସ ଭିତରେ ବାହର ବ୍ୟକ୍ତିଙ୍କ ପ୍ରବେଶକୁ ବାରଣ କରାଯାଇଛି। କେବଳ ବିଏମ୍‌ସି କର୍ମଚାରୀ ଭିତରକୁ ଯାଇପାରିବେ।

ଏକ୍ସଆଇଏମ୍‌ବି ଭିତରେ ଥିବା ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ବାହାରକୁ ଆସିବାକୁ ମନା କରାଯାଇଛି। ଏଥିସହ ସମସ୍ତ ଆକ୍ରାନ୍ତକୁ ଗୋଟିଏ ହଷ୍ଟେଲ ରୁମ୍‌ରେ ଆଇସୋଲେସନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ସେମାନଙ୍କ ନିକଟରେ ଯୋଗାଇ ଦିଆଯିବ।

କ୍ୟାମ୍ପସ ଭିତରେ ଥିବା ସମସ୍ତ ଛାତ୍ର ଓ ଶିକ୍ଷକଙ୍କର ଆଜି କରୋନା ଟେଷ୍ଟ କରାଯିବ। ଯେଉଁମାନଙ୍କର ପଜିଟିଭ୍ ଆସିବ, ସେମାନଙ୍କୁ ହଷ୍ଟେଲରେ ଆଇସୋଲେସନରେ ରଖାଯିବ। ସେମାନଙ୍କ ଉପରେ ନଜର ରଖିବେ କଲେଜ କର୍ତ୍ତୁପକ୍ଷ। କରୋନା କଟକଣା ମାନି କର୍ତ୍ତୁପକ୍ଷ ଠିକ୍ ସମୟରେ ଖାଦ୍ୟ ଯୋଗାଇଦେବାକୁ ବିଏମ୍ ନିର୍ଦ୍ଦେଶ ଦେଇଛି।

କିଛିଦିନ ପୂର୍ବରୁ କଟକର ଏକ ଘରୋଇ କଲେଜରେ ୨୫ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ, ସିଏମ୍‌ସି ପକ୍ଷରୁ ଉକ୍ତ କଲେଜକୁ ସିଲ୍ କରାଯାଇଥିଲା।

Comment