ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିପିଲି ଆସନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରର୍ଥୀ ଆଶ୍ରିତ ପଟ୍ଟନାୟକ। ସମର୍ଥକଙ୍କ ଗହଣରେ ଏକ ବିଶାଳ ରାଲିରେ ଯାଇ ପୁରୀ ଏଡିଏମଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ପିପିଲି ଉପନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ଗୁରୁବାର ରାତିରେ ନିଜର ପ୍ରାର୍ଥୀ ଘୋଷଣା କରିଥିଲା। ୨୦୧୪ ସାଧାରଣ ନିର୍ବାଚନରେ ଆଶ୍ରିତ ପଟ୍ଟନାୟକ ପିପିଲିରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପରେ ସେ ବିଜେପିରେ ସାମିଲ ହୋଇଥିଲେ। ଏହାପରେ ୨୦୧୯ ନିର୍ବାଚନରେ ସେ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିଲେ।

ମାତ୍ର ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କଠାରୁ ସେ ହାରି ଯାଇଥିଲେ। ଆଶ୍ରିତ ଏବେ ବିଜେପିର ପୁରୀ ଜିଲ୍ଲା ସଭାପତି ଅଛନ୍ତି। ପ୍ରାର୍ଥୀ ଘୋଷଣା ପରେ ଆଶ୍ରିତ ପଟ୍ଟନାୟକ କହିଛନ୍ତି ଯେ ପିପିଲିରେ ଏଥର ବିଜେଡି ଗଡ଼ ଭାଙ୍ଗିବ।

ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଅନ୍ୟପଟେ ବିଜେଡି ଓ କଂଗ୍ରେସ ଏଯାଏଁ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି।

Comment