ଓଡ଼ିଶାଲାଇଭ୍ ବ୍ୟୁରୋ

ୱାର୍ଲଡ ରୋଡ ସେଫ୍‌ଟି ସିରିଜ ଖେଳିଥିବା ଭାରତର ୪ କ୍ରିକେଟର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପ୍ରଥମେ ସଚିନ ତେନ୍ଦୁଲକର ଚିହ୍ନଟ ହେବାପରେ ଏବେ ଆଉ ତିନି ଜଣ ଖେଳାଳି ଏସ ବଦ୍ରିନାଥ, ୟୁସୁଫ ପଠାନ, ଇରଫାନ ପଠାନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ ନିଜ ନିଜ ଟୁଇଟରରେ ଏନେଇ ସୂଚନା ଦେଇଛନ୍ତି।

ଅଲରାଉଣ୍ଡର ଇରଫାନ ପଠାନ ଟୁଇଟ କରି କହିଛନ୍ତି, “କୌଣସି ଲକ୍ଷଣ ନଥାଇ ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ମୁଁ ନିଜକୁ ସଙ୍ଗରୋଧରେ ରଖିଛି। ମୋ ସହ ଯୋଗାଯୋଗ କରିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରିବାକୁ ଅନୁରୋଧ। ସମସ୍ତେ ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରନ୍ତୁ।”

ରାୟପୁରରେ ଖେଳାଯାଉଥିବା ୱାର୍ଲଡ ରୋଡ ସେଫ୍‌ଟି ସିରିଜରେ ଏହି ୪ ଖେଳାଳି ଭାଗ ନେଇଥିଲେ। ଏଥିସହ ଭାରତ ସମେତ ୫ଟି ଦେଶ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜର ଖେଳାଳି ଏଥିରେ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ଖେଳି ବିଜୟ ହାସଲ କରିଥିଲା।

LEAVE A REPLY

Please enter your comment!
Please enter your name here