ଓଡ଼ିଶାଲାଇଭ୍ ବ୍ୟୁରୋ

CORONA POSITIVEଏପ୍ରିଲ ମାସ ପାଇଁ କୋଭିଡ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ବୁଧବାର ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଗାଇଡଲାଇନ ପ୍ରକାଶ ପାଇଛି। କରୋନା ସଂକ୍ରମଣ ବଢୁଥିବାରୁ ଏଥର ଟେଷ୍ଟିଂ, ଟାକ୍ରିଂ, ଟ୍ରିଟମେଣ୍ଟ୍ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି କରୋନା ସଂକ୍ରମଣର ସ୍ଥିତି ଅନୁସାରେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରମାନେ ନିଜ ନିଜ ଅଞ୍ଚଳରେ ମାଇକ୍ରୋ କଣ୍ଟେନମେଣ୍ଟ ଏବଂ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ ବୋଲି ଗାଇଡଲାଇନରେ କୁହାଯାଇଛି। ଏପ୍ରିଲ ପହିଲାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଏହି ଗାଇଡଲାଇନ ଲାଗୁ ହେବ।

ଏପ୍ରିଲ ଗାଇଡଲାଇନ ଅନୁସାରେ କଣ୍ଟେନମେଣ୍ଟ ଜୋନରୁ କେହି ବାହାରକୁ ବାହାରି ପାରିବେନି। ଏହାସହ ଘରକୁ ଘର ସର୍ଭେ ହୋଇ ଯଥା ସମ୍ଭବ ଆରଟିପିସିଆର ଟେଷ୍ଟ କରାଯିବ ଏବଂ ନୂଆ ପଜିଟିଭ କେସ୍‌କୁ ତୁରନ୍ତ ଟ୍ରାକ କରି ଆଇସୋଲେଟ କରାଯିବ। ଏଥିସହିତ ମାସ୍କ, ସାନିଟାଇଜର ଆଦିର ବ୍ୟବହାରକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment