ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ସଂକ୍ରମଣ ବିସ୍ଫୋରକ ହେଲାଣି। ଶନିବାରେ ରାଜ୍ୟରେ କରୋନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୮୧୨ ଜଣ ଚିହ୍ନଟ ହୋଇଥିଲା ବେଳେ ଲୋକାଲ କେସ୍‌ ୫୬୨ ରହିଛି।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଖୋର୍ଦ୍ଧାରୁ ୧୯୩, ନୂଆପଡ଼ା ୧୩୫, ସମ୍ବଲପୁର, ୭୭, ବରଗଡ଼ରୁ ୫୯, କଟକ ୫୧, ରାୟଗଡ଼ାରୁ ୪୭, କଳାହାଣ୍ଡିରୁ ୪୫, ଷ୍ଟେଟପୁଲ ୪୫, ପୁରୀରୁ ୪୪, ଅନୁଗୁଳରୁ ୩୩, ଭଦ୍ରକରୁ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୂରଭଞ୍ଜରୁ ୨୬, ଯାଜପୁରରୁ ୨୫, କେନ୍ଦୁଝରରୁ ୨୪, ଗଞ୍ଜାମରରୁ ୨୦, ବାଲେଶ୍ୱରରୁ ୧୭, ନୟାଗଡ଼ରୁ ୧୩, ବଲାଙ୍ଗିର ୧୨, ଜଗତସିଂହପୁରରୁ ୯, ଦେବଗଡ଼, ଗଜପତି, କୋରାପୁଟରୁ ୮ ଜଣ ଲେଖାଏଁ , ଢେଙ୍କାନାଳରୁ ୫, କେନ୍ଦ୍ରାପଡ଼ାରୁ ୪, ସୁବର୍ଣ୍ଣପୁରରୁ ୪, କନ୍ଧମାଳରୁ ୩, ବୌଦ୍ଧରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୮ ହଜାର ୧୮୨କୁ ବୃଦ୍ଧି ଘଟିଛି। ଏଥରୁ  ୩ ଲକ୍ଷ ୩୯ ହଜାର ସୁସ୍ଥ ହୋଇଥିଲା ବେଳେ ୭୦୦୩ କେସ୍‌ ଆକ୍ଟିଭ୍‌ ଅଛି।

Comment