ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଜଣେ ବରିଷ୍ଠ ସାମ୍ଵାଦିକ ଅମଜଦ୍ ବାଦ୍‌ଶାହାଙ୍କ କରୋନାରେ ପରଲୋକ ହୋଇଛି। କିଛି ଦିନ ତଳେ ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଝାରସୁଗୁଡ଼ା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ଥିତି ବିଗିଡ଼ିବାରୁ ତାଙ୍କୁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ରବିବାର କରୋନା ଯୁଦ୍ଧରେ ଅମଜଦ୍ ହାରିଯାଇଛନ୍ତି। ସମସ୍ତଙ୍କୁ ଦୁଃଖ ଦେଇ ଅଲବିଦା କହିଛନ୍ତି ଅମଜଦ୍।

ପଶ୍ଚିମ ଓଡ଼ିଶାରେ ଝାରସୁଗୁଡ଼ା ଜିଲ୍ଲାରେ ଜନ୍ମ ହୋଇଥିବା ଅମଜଦ୍ ବାଦ୍‌ଶାହା ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନରୁ ସାମ୍ଵାଦିକତା ଅଧ୍ୟୟନ କରିଥିଲେ। ଏହାପରେ ୨୦୦୫ରେ ଇ-ଟିଭିରୁ ଅମଜଦ୍ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ରାଜ୍ୟର ଅନେକ ଅଗ୍ରଣୀ ଟେଲିଭିଜନରେ ସାମ୍ବାଦିକ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ଦି ସୋସିଓକ୍ରାଟ ଓ ଏନଏଫ୍ ଟିଭିର କନସଲ୍‌ଣ୍ଟିଂ ଏଡିଟର ଭାବେ ସେ ଦାୟିତ୍ଵ ତୁଲାଉଥିଲେ।ଅମଜଦ୍‌ଙ୍କର ପରିବେଶ ସୁରକ୍ଷା ସଂପର୍କିତ ଅନେକ ଆର୍ଟିକିଲ ଜାତୀୟ ପତ୍ରିକାମାନଙ୍କରେ ପ୍ରକାଶ ପାଇଛି। ଏଥିସହ ଡେଭଲପମେଣ୍ଟ ରିପୋର୍ଟିଂରେ ମଧ୍ୟ ସେ ବେଶ୍ ଖ୍ୟାତି ଅର୍ଜନ କରିପାରିଥିଲେ। କିଛି ଦିନ ପୂର୍ବରୁ କୋଭିଡ୍‌ରେ ତାଙ୍କ ମା’ଙ୍କର ମଧ୍ୟ ବିୟୋଗ ହୋଇଥିଲା।

Comment