ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ’ ୧ ତାରିଖରୁ ଦେଶରେ ୧୮ରୁ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ନାଗରିକଙ୍କୁ ମାଗଣା ଟିକାକରଣ କରାଯିବା। ହେଲେ ଓଡ଼ିଶାରେ ଟିକାକରଣ ବିଳମ୍ବ ହୋଇପାରେ। ରାଜ୍ୟରେ ଟିକାର ଅଭାବ ଥିବାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ବିଳମ୍ବ ହେବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ଅନ୍ୟପଟେ ଆସନ୍ତାକାଲିଠୁ ଟିକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହେବ। କିନ୍ତୁ ଯେହେତୁ ଟିକାର ଅଭାବ ରହିଛି ତେଣୁ ବର୍ତ୍ତମାନ ସ୍ଲଟ ମିଳିବ ନାହିଁ। ଯେବେ ଟିକା ମିଳିବ ସେହି ଅନୁସାରେ ପୋର୍ଟାଲ ଜରିଆରେ ସ୍ଲଟ ଦିଆଯିବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ।

ରାଜ୍ୟରେ ଏବେ କୋଭିସିଲ୍ଡ ଟିକାର ୧.୫ ଲକ୍ଷ ଡୋଜ ରହିଛି। କୋଭାକ୍ସିନ ଟିକା ୩.୬୫ ଲକ୍ଷ ରହିଛି। କୋଭିସିଲ୍ଡ ଏବେ ଯେତିକି ଟିକା ଅଛି, ତାହା ୨-୩ ଦିନ ଯିବ। କୋଭିସିଲ୍ଡ ଟିକା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । ଟିକା ଆସିବା ପରେ ଟିକା ଦିଆଯିବ।

Comment