ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶରୀରରେ ଅମ୍ଳଜାନ ସ୍ତର ଜାଣିବା ପାଇଁ ପଲ୍ସ ଅକ୍ସିମିଟର।

ପଲ୍ସ ଅକ୍ସିମିଟର ହେଉଛି ଏମିତି ଏକ ମେଡିକାଲ ଉପକରଣ, ଯାହା ସାହାଯ୍ୟରେ ଆମେ ହାର୍ଟ ବିଟ୍ (ହୃଦସ୍ପନ୍ଦନ) ଏବଂ ଶରୀରର ଅମ୍ଳଜାନ ସ୍ତର (SpO2)କୁ ମାପିପାରିବା। ଅକ୍ସିଜେନ୍‌ ସ୍ତରରୁ ଜାଣିପାରିବା ଯେ, ଫୁସ୍‌ଫୁସ୍‌ ସଠିକ୍‌ ଭାବରେ କାମ କରୁଛି କି ନାହିଁ। ଏହା ଦେଖିବାକୁ ଏକ କ୍ଲିପ୍ ପରି। ପଲ୍‌ସ ଅକ୍ସିମିଟରକୁ ଆଙ୍ଗୁଠିରେ ରଖିଲେ ଆପଣଙ୍କ ରକ୍ତରେ ଥିବା ଅମ୍ଳଜାନର ମାତ୍ରା ରିଡିଂ ଆକାରରେ ଦେଖିବାକୁ ମିଳିଥାଏ। ଏହି ପରୀକ୍ଷାରେ ଆପଣଙ୍କୁ କୌଣସି ଯନ୍ତ୍ରଣା ହୋଇନଥାଏ। ପଲ୍‌ସ ଅକ୍ସିମିଟରକୁ ଆଙ୍ଗୁଠିରେ ରଖିଲେ ଆପଣଙ୍କ ରକ୍ତରେ ଥିବା ଅମ୍ଳଜାନର ମାତ୍ରା ରିଡିଂ ଆକାରରେ ଦେଖିବାକୁ ମିଳିଥାଏ।

ପଲ୍ସ ଅକ୍ସିମିଟରକୁ କିଭଳି ବ୍ୟବହାର କରିବେ? (How to use a Pulse Oximeter in Odia)

୧- ନଖରୁ ନେଲ ପଲିସ୍‌ ବା କୃତ୍ରିମ ନଖକୁ କାଢ଼ିଦିଅନ୍ତୁ। ପଲ୍ସ ଅକ୍ସିମିଟର ଆଙ୍ଗୁଠିରେ ଲଗାଇବା ପୂର୍ବରୁ ଦୁଇ ପାପୁଲିକୁ ଘଷି ଦିଅନ୍ତୁ।

୨- ରିଡିଂ ନେବା ପୂର୍ବରୁ ୫ ମିନିଟ୍‌ ବିଶ୍ରାମ ନିଅନ୍ତୁ।

୩- କିଛି ସମୟ ପାଇଁ ନିଜ ହାତକୁ ବାମ ପଟ ଛାତିରେ ରଖନ୍ତୁ।

୪- ଅକ୍ସିମିଟରକୁ ସୁଇଚ୍‌ ଅନ୍‌ କରି ମଧ୍ୟମ କିମ୍ବା ତର୍ଜନୀ ଆଙ୍ଗୁଠିରେ ଲଗାନ୍ତୁ।

୫- ଅକ୍ସିମିଟରକୁ ଆଙ୍ଗୁଠିରେ ଲଗାଇବାର ଗୋଟେ ମିନିଟ୍‌ ଯାଏଁ ଅପେକ୍ଷା କରନ୍ତୁ, ଯେତେବେଳ ଯାଏଁ ଏକ ନିର୍ଦ୍ଦିଷ୍ଟ ରିଡିଂ ଆସୁନାହିଁ।

୬- ଯଦି ୫ ସେକେଣ୍ଡ ପାଇଁ ନମ୍ବର ଅପରିବର୍ତ୍ତିତ ରହୁଛି, ତାହାହେଲେ ସେହି ନମ୍ବରକୁ ଲେଖି ରଖନ୍ତୁ।

୭- ପ୍ରତ୍ୟେକ ରିଡିଂ ଉପରେ ଧ୍ୟାନ ଦିଅନ୍ତୁ।

୮- ଦିନରେ ୩ ଥର ରିଡିଂ ନିଅନ୍ତୁ।

୯- ଯଦି ଅଣନିଶ୍ୱାସୀ ଲାଗେ ବା ଅକ୍ସିଜେନ୍‌ ସ୍ତର ୯୨% ରୁ ତଳକୁ ଖସିଯାଏ, ତେବେ ତୁରନ୍ତୁ ହେଲ୍ସଲାଇନ୍‌ ନମ୍ବରରେ ଫୋନ୍‌ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସୌଜନ୍ୟ – ସ୍ଵାସ୍ଥ୍ୟପ୍ଲସ୍

Comment