ଓଡ଼ିଶାଲାଇଭ୍ ବ୍ୟୁରୋ

କେଶକୁ ସୁସ୍ଥ ଓ ମଜବୁତ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ସହିତ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ନିହାତି ଦରକାର। ଏସବୁ କରିବା ସହ କେଶର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ। କେମିକାଲ ଯୁକ୍ତ ପ୍ରଡକ୍ଟ ଓ ପ୍ରଦୂଷଣ କାରଣରୁ ଅଳ୍ପ ବୟସରେ କେଶ ପାଚିବା, ଝଡ଼ିବା ଓ ରୂପି ଭଳି ସମସ୍ୟା ଦେଖା ଦେଇଥାଏ। ତେଣୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେଲେ ଏସବୁ ସମସ୍ୟାର ଆଶଙ୍କା କମ୍ ହୋଇଯିବ।

କ’ଣ କରିବେ

  • ସପ୍ତାହରେ ଗୋଟିଏ ଥର କେଶରେ ତେଲ ମାଲିସ କରନ୍ତୁ।
  • ଦୁଇ ମାସ ବ୍ୟବଧାନରେ କେଶକୁ ଟ୍ରିମିଙ୍ଗ କରନ୍ତୁ। ଏହାଦ୍ୱାରା ଦୋ ମୁହାଁ କେଶ ସମସ୍ୟା ରହିବ ନାହିଁ।
  • ଜରୁରୀ ନଥିଲେ ଚୁଟି ଶୁଖାଇବା ପାଇଁ ହେୟାର ଡ୍ରାୟର ବ୍ୟବହାର କରନ୍ତୁ ନାହିଁ।
  • କେଶ ଶୁଖାଇବା ପାଇଁ ଯଦି ଟାୱେଲର ବ୍ୟବହାର କରୁଛନ୍ତି, ତେବେ ତାକୁ ହାଲ୍‌କା ଭାବରେ ବ୍ୟବହାର କରନ୍ତୁ।
  • ଚୁଟି ଶୁଖାଇବା ପାଇଁ ମାଇକ୍ରୋ ଫାଇବର୍ ହେୟାର ରାପ୍ ବ୍ୟବହାର କରିପାରିବେ।
  • ଗରମ ପାଣିରେ କେଶକୁ ସାମ୍ପୁ କରନ୍ତୁ ନାହିଁ। କେଶ ଧୋଇବା ପାଇଁ ଉଷୁମ ପାଣି ଅତ୍ୟନ୍ତ ଲାଭଦାୟକ।
  • କେଶ ଧୋଇବାପରେ ବ୍ୟବହାର କରୁଥିବା କଣ୍ଡିସନରକୁ କେଶ ମୂଳରେ ନଲଗାଇ କେଶର ଉପର ଅଂଶରେ ଲଗାନ୍ତୁ।
  • ବାରମ୍ବାର କେଶରେ ହାତ ମାରିବାର ଅଭ୍ୟାସ ଥିଲେ, ତାକୁ କମ୍ କରନ୍ତୁ। ଏଭଳି କରିବା ଦ୍ୱାରା କେଶ ଶୀଘ୍ର ତେଲିଆଯୁକ୍ତ ହୋଇଥାଏ।
  • କେଶକୁ କୁଣ୍ଡାଇବା ସମୟରେ ଧ୍ୟାନ ଦିଅନ୍ତୁ।
  • କେଶ ଓଦା ଥିବା ସମୟରେ ଭୁଲରେ ବି କୁଣ୍ଡାଇବେ ନାହିଁ। ଏହାଦ୍ୱାରା ଚୁଟି ଝଡ଼ିବା ସମସ୍ୟା ଅଧିକ ଦେଖାଦେବ।

Comment