ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ ମେ’୫ରେ ଓ୍ୱାର୍ଲ୍ଡ ହ୍ୟାଣ୍ଡ ହାଇଜିନ୍ ଡେ’ ବା ବିଶ୍ୱ ହାତ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଏ।

ବିଶ୍ୱ ହାତ ସ୍ୱଚ୍ଛତା ଦିବସର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ଏବଂ ହାତ ସ୍ୱଚ୍ଛତାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ଜଣାଇବା। ଏହି ଅବସରରେ ଆସନ୍ତୁ ଜାଣିବା ହାତ ଧୋଇବାର ସଠିକ ପ୍ରକିୟା ବିଷୟରେ।

 ୧- ନିୟମିତ ବ୍ୟବଧାନରେ ହାତ ଧୁଅନ୍ତୁ। ହାତ ଧୋଇଲା ବେଳେ ସାବୁନ, ହ୍ୟାଣ୍ଡ ଓ୍ୱାସ ବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରନ୍ତୁ।

୨- ଅନ୍ତତଃ ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ସାବନୁରେ ମକଚି, ହାତ ପାପୁଲି, ବିଭିନ୍ନ ଆଙ୍ଗୁଠି, ଆଙ୍ଗୁଠି ସନ୍ଧି, ନଖ, କଚଟିର ତଳ ଉପର ଭଲ ଭାବେ ଧୁଅନ୍ତୁ।

୩- ହାତ ଧୋଇଲା ବେଳେ ପ୍ରଥମେ ଓଦା ହାତ କରି ପରେ ହାତରେ ସାବୁନ ଲଗାନ୍ତୁ। ହାତରେ ଯଥେଷ୍ଟ ପରିମାଣର ସାବୁନ ଲଗାନ୍ତୁ, ଯେପରି ଏହା ବିଭିନ୍ନ ଅଂଶରେ ପହଞ୍ଚି ପାରିବ।

୪- ହାତ ଭଲ ଭାବେ ଧୁଅନ୍ତୁ।

୫- ହାତକୁ ପରିଷ୍କାର କପଡ଼ାରେ ବା ରୁମାଲରେ ପୋଛନ୍ତୁ।

ସେହିପରି କେତେବେଳେ ହାତ ଧୋଇବା ତାହା ଜାଣିବା ମଧ୍ୟ ଜରୁରୀ। ନାକ ପୋଛିବା ପରେ, କାଶିବା ବା ଛିଙ୍କିବା ପରେ, ସର୍ବ ସାଧାରଣ ସ୍ଥାନରୁ ଆସିବା ପରେ ଆପଣ ନିଜ ହାତକୁ ଧୋଇବା ଜରୁରୀ। ସେହିପରି କାହାଠୁ ପଇସା ନେବା ଆଣିବା ସମୟରେ କୌଣସି ଜିନିଷକୁ ଧରିବା ପରେ, ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନ ନେବା ପୂର୍ବରୁ ଏବଂ ପରେ ମଧ୍ୟ ଆପଣ ନିଶ୍ଚୟ ହାତ ଧୋଇବା ଉଚିତ।

ଖାଇବା ପୂର୍ବରୁ ଖାଇବା ପରେ, ଶୌଚାଳୟରୁ ଆସିବା ପରେ, ପଶୁ ଏବଂ ଗୃହ ପାଳିତଙ୍କୁ ଛୁଇଁବା ପରେ, ଶିଶୁଙ୍କ ଡାଏପର ବଦଳେଇବା ପରେ ହାତ ଧୋଇବା ନିହାତି ଜରୁରୀ। କାରଣ ବେଳେ ବେଳେ ହାତ ସଫା ଦେଖାଯାଉଥିଲେ ବି ହାତରେ ଜୀବାଣୁ ରହିଯାଆନ୍ତି।

Comment