ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାରେ ସଂକ୍ରମଣ ହୋଇଥିଲେ ମଧ୍ୟ ଭୟବିତ ନ ହୋଇ ସଠିକ ଚିକିତ୍ସା ଏବଂ ସଚେତନ ରହିଲେ ଏଥିରୁ ସୁସ୍ଥ ହୋଇପାରିବା। ମଧ୍ୟମ ଓ ସାଧାରଣ ଲକ୍ଷଣ ଦେଖାଦେଉଥିବା ରୋଗୀମାନେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ସଙ୍ଗରୋଧରେ ଥିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣନ୍ତୁ।

ଣ କରିବେ

  • କୌଣସି ଡାକ୍ତରି କାରଣ ନଥିଲେ ବାହାରକୁ ଯାଆନ୍ତୁ ନାହିଁ।
  • ହାତକୁ ବାରମ୍ବାର ଧୁଅନ୍ତୁ। ଅତିକମରେ ୨୦ ସେକେଣ୍ଡ ପାଇଁ ହାତକୁ ଧୁଅନ୍ତୁ। ହାତକୁ ସାବନୁରେ ମକଚି, ହାତ ପାପୁଲି, ବିଭିନ୍ନ ଆଙ୍ଗୁଠି, ଆଙ୍ଗୁଠି ସନ୍ଧି, ନଖ, କଚଟିର ତଳ ଉପର ଭଲ ଭାବେ ଧୁଅନ୍ତୁ।
  • କାଶିବା ବେଳେ ମୁହଁରେ ଟିସ୍ୟୁ ପେପର ଦିଅନ୍ତୁ ଏବଂ ଟିସ୍ୟୁ ପେପରକୁ ଢାଙ୍କୁଣୀ ଥିବା ଡଷ୍ଟବିନ୍‌ରେ ଫୋପାଡ଼ନ୍ତୁ।
  • ସାଧାରଣ ଭାବରେ ମୋବାଇଲ ମୁହଁରେ ଏବଂ ହାତରେ ଲାଗିଥାଏ ତେଣୁ ଆପଣ ବ୍ୟବହାର କରୁଥିବା ଫୋନକୁ ୭୦ % ଆଲକହଲ ଥିବା ସାନିଟାଇଜରରେ ବିଶୋଧନ କରନ୍ତୁ।
  • ରୁମ୍ ବାହାରକୁ ଆସିଲେ ଫେସ୍‌ ମାସ୍କ ବ୍ୟବହାର କରନ୍ତୁ।
  • ଡେବିଟ୍ କାର୍ଡ ବା ଟଙ୍କା ଛୁଇଁଥିଲେ ହାତକୁ ସାବୁନରେ ଧୁଅନ୍ତୁ ବା ସାନିଟାଇଜ କରନ୍ତୁ।
  • ସବୁଦିନ ନିଜ ଶରୀରର ତାପମାତ୍ରା, ଅମ୍ଳଜାନ ସ୍ତର, କାଶ ଏବଂ କଫ ଭଳି ଲକ୍ଷଣକୁ ଅନୁଧ୍ୟାନ କରନ୍ତୁ।
  • ମାସ୍କ କାଢ଼ିବା ପରେ ହାତ ସଫା କରନ୍ତୁ। ମାସ୍କ ପିନ୍ଧିବା ବା କାଢ଼ିବା ବେଳେ ମାସ୍କର ନାଡ଼କୁ ଧରନ୍ତୁ।
  • କରୋନା ସହିତ ଲଢ଼େଇ କରିବା ପାଇଁ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ଜରୁରୀ। ଏଥିପାଇଁ ମଦ, ସିଗାରେଟଠାରୁ ଦୂରେଇ ରହନ୍ତୁ, ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଏବଂ ଯଥେଷ୍ଟ ପରିମାଣର ଶୁଅନ୍ତୁ।

ଣ କରିବେ ନାହିଁ ? 

  • ଏହା ଏକ ଭୂତାଣୁ, ସଚେତନ ରହିଲେ ଏବଂ ସଠିକ ଚିକିତ୍ସା କଲେ ଏହାକୁ ହରେଇପାରିବେ, ତେଣୁ ବ୍ୟସ୍ତ ହୁଅନ୍ତୁ ନାହିଁ।
  • ସାର୍ବଜନୀନ ସ୍ଥାନକୁ ଯାଆନ୍ତୁ ନାହିଁ।
  • କାହା ସହ ହାତ ମିଶାନ୍ତୁ ନାହିଁ, ୬ରୁ ୮ ଫୁଟ୍ ଦୂରତା ବଜାୟ ରଖନ୍ତୁ।
  • ଆଖି, ନାକ, ମୁହଁ ଏବଂ ପାଟିକୁ ସ୍ପର୍ଶ କରନ୍ତୁ ନାହିଁ।
  • ଖାଇବା ପାତ୍ର, ଗାମୁଛା, ଅନ୍ୟ ସଦସ୍ୟଙ୍କ ସହ ବ୍ୟବହାର କରନ୍ତୁ ନାହିଁ
  • କୌଣସି ସମ୍ପର୍କୀୟଙ୍କୁ ନିଜ ଘରୁ ଆସିବାକୁ ଦିଅନ୍ତୁ ନାହିଁ ଏବଂ ତାଙ୍କ ଘରକୁ ଯାଆନ୍ତୁ ନାହିଁ।
  • ଡାକ୍ତରଙ୍କ ବିନା ପରାମର୍ଶରେ ସଙ୍ଗରୋଧ ବନ୍ଦ କରନ୍ତୁ ନାହିଁ।

ସୌଜନ୍ୟ – ସ୍ଵାସ୍ଥ୍ୟପ୍ଲସ୍

Comment