ଓଡ଼ିଶାଲାଇଭ୍ ବ୍ୟୁରୋ

ଆସୁଛି ବାତ୍ୟା ୟାସ୍। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ୟାସ୍ ଅପ୍‌ଡେଟ୍‌ରୁ।

  • ପାରାଦୀପଠାରୁ ୪୫୦କିମି ଦୂରରେ ରହିଛି ବାତ୍ୟା ୟାସ୍‌
  • ବାଲେଶ୍ୱରଠାରୁ ୫୫୦କିମି ଦୂରରେ ରହିଛି
  • ବାଲେଶ୍ୱର ଆଖପାଖରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା
  • ୨୬ ତାରିଖ ପୂର୍ବାହ୍ନ ସମୟରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେବ
  • ୨୫ ମଧ୍ୟରାତ୍ରି ପରେ ୫୦ରୁ ୭୦ କିଲୋମିଟର ବେଗରେ ପବନ ବହିବ
  • ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ପୂର୍ବାହ୍ନରୁ ଆରମ୍ଭ ହୋଇ ଅପରାହ୍ନ ଯାଏଁ ରହିବ
  • ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା
  • ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ବାତ୍ୟା ୟାସ୍ ପାଇଁ ଆସନ୍ତାକାଲି ପୁରୀରେ ବନ୍ଦ ରହିବ ଗୁଜ ଅନୁକୂଳ ନୀତି
  • ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି
  • ଉତ୍ତର ଉପକୂଳ ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ପରିମାଣରେ ହୋଇପାରେ ବର୍ଷା
  • ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୫୫ରୁ ୧୮୫କିମି ରହିବ
  • ଉପକୂଳ ଅଞ୍ଚଳରେ ୪୦ରୁ ୫୦କିମି ଭିତରେ ପବନ ହେଉଛି
  • ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକରେ ବାତ୍ୟାର ପ୍ରଭାବ ବେଶି ରହିବ
  • ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୯୦ରୁ ୧୨୦କିମି ବେଗରେ ପବନ ହୋଇପାରେ
  • ମଙ୍ଗଳବାର ଭୀଷଣ ବାତ୍ୟାର ରୂପ ନେବ ୟାସ୍‌
  • ୨ରୁ ୪ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବା ସମ୍ଭାବନା
  • ବାତ୍ୟାକୁ ନେଇ ଓଡ଼ିଶାବାସୀଙ୍କୁ ସମ୍ଭୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀ ପକ୍କା ଘର ଓ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
  • ସମସ୍ତେ ଡବଲ୍ ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡଲାଇନ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ

Comment