ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ ଜୁନ୍‌ ୫ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ଏହି ଦିବସ ବିଭିନ୍ନ ଅନୁଷ୍ଠାନ ତରଫରୁ ପାଳନ କରାଯାଇଛି। ଦେଶରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ଥିବାରୁ ସମସ୍ତ କଟକଣା ଭିତରେ ଏହି ଦିବସ ବିଭିନ୍ନ ଅନୁଷ୍ଠାନମାନଙ୍କରେ ପାଳନ କରାଯାଇଛି। ସେହିପରି ଭାବରେ ବ୍ରହ୍ମପୁରର ନର୍ସିଂ ସ୍କୁଲରେ ମଧ୍ୟ ଏହି ଦିବସ ପାଳନ କରାଯାଇଛି।

ଏହି ଅନୁଷ୍ଠାନର ଟ୍ୟୁଟର୍‌ ସଞ୍ଜୁକ୍ତା ସାବତଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ଟ୍ୟୁଟର ପ୍ରମିଳା ବେହେରା, କ୍ରୀଷ୍ଣାବାଳା ପଟ୍ଟନାୟକ, ପ୍ରଜ୍ଞା ଛାଟୋଇଙ୍କ ସମେତ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏହି ଦିବସ ଅବସରରେ ସ୍କୁଲ ପରିସର ଏବଂ ହଷ୍ଟେଲ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଏଥିସହ ପୂର୍ବରୁ ଲାଗିଥିବା ଗଛଗୁଡ଼ିକର ଯତ୍ନ ନିଆଯାଇଥିଲା।ଉଭୟ ଟ୍ୟୁଟର୍‌ ଏବଂ ଛାତ୍ରୀମାନେ ମୁହଁରେ ମାସ୍କ ପରିଧାନ କରି, ସରକାରଙ୍କ ଗାଇଡ୍‌ଲାଇନ୍‌ ମାନି କମ୍‌ ସଂଖ୍ୟକ ଛାତ୍ରୀଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରିଥିଲେ। ଏହି ଅନୁଷ୍ଠାନ ଅନବରତ ରୋଗୀଙ୍କୁ ସେବା ଯୋଗଇ ଦେବା ସହ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କରି ସମାଜକୁ ଏକ ସଚେତନତା ବାର୍ତ୍ତା ଦେଇଛି।

Comment