ଓଡ଼ିଶାଲାଇଭ୍ ବ୍ୟୁରୋSamir Dash

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ରାଜ୍ୟରେ ମୋଟ ପାସ୍ ହାର ୯୭.୮୯ପ୍ରତିଶତ ରହିଛି। ପୂର୍ବବର୍ଷ ତୁଳନାରେ ଏବର୍ଷ ୧୯.୧୩ ପ୍ରତିଶତ ପାସ୍ ହାର ବୃଦ୍ଧି ପାଇଥିଲେ ମଧ୍ୟ ମାଟ୍ରିକ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମନରେ ଏତେଟା ଉତ୍ସାହ ଦେଖିବାକୁ ମିଳିନାହିଁ। ଏହାର ପ୍ରମୁଖ କାରଣ ହେଉଛି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖେଇବା ପାଇଁ ଯେତିକି ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି, ରାଜ୍ୟରେ ତା’ଠାରୁ କମ୍ ସିଟ୍ ରହିଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ।

ମନ୍ତ୍ରୀ କହିଛନ୍ତି, “ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖେଇବା ପାଇଁ ରାଜ୍ୟର ୨୦୩୨କଲେଜରେ ହାରାହାରି ୬ଲକ୍ଷ ୦୩ହଜାର ସିଟ୍ ରହିଛି। ସିଟ୍ କାରଣରୁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ କୌଣସି ଅସୁବିଧା ହେବନାହିଁ। ଦରକାର ପଡ଼ିଲେ କଲେଜକୁ ଆଧାର କରି ସିଟ୍ ସଂଖ୍ୟା ବୃଦ୍ଧି କରାଯିବ।”ଚଳିତ ବର୍ଷ ପ୍ରାୟ ୬ଲକ୍ଷ ୨୮ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖେଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କିନ୍ତୁ ରାଜ୍ୟରେ ସମୁଦାୟ ୬ଲକ୍ଷ ୩ହଜାର ସିଟ୍ ରହିଛି। ଏଥିରୁ ଜଣାପଡ଼ୁଛି ଯେ, ପ୍ରାୟ ୨୪ହଜାର ଛାତ୍ରଛାତ୍ରୀ ଆଡମିସନରୁ ବଞ୍ଚିତ ହୋଇପାରନ୍ତି। ତଥ୍ୟ ଅନୁସାରେ ପ୍ରତିବର୍ଷ ରାଜ୍ୟରେ ପ୍ରାୟ ୧ଲକ୍ଷ ସିଟ୍ ଖାଲିପଡ଼ୁଥିବାବେଳେ, ଏବର୍ଷ ସିଟର ଅଭାବକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Comment