ଓଡ଼ିଶାଲାଇଭ୍ ବ୍ୟୁରୋ

ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ୩୦ରୁ ଅଫ୍‌ଲାଇନ୍ ପରୀକ୍ଷା ହେବ। ଏଥିପାଇଁ ଜୁଲାଇ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରାଯିବ। ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ବିଜ୍ଞପ୍ତି କୁହାଯାଇଛି ଯେ, ମାଟ୍ରିକ ଫଳାଫଳକୁ ନେଇ ଯେଉଁ ଛାତ୍ରଛାତ୍ରୀମାନେ ସନୁଷ୍ଟ ନାହାନ୍ତି, ସେମାନେ ବିକଳ୍ପ ବ୍ୟବସ୍ଥା ଅନୁସାରେ ଅଫ୍‌ଲାଇନ୍ ଯୋଗେ ଆଉଥରେ ପରୀକ୍ଷା ଦେଇ ପାରିବେ। ଜୁଲାଇ ୩୦ରୁ ପରୀକ୍ଷା ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଅନ୍‌ଲାଇନ୍ ଯୋଗେ ଫର୍ମ ପୂରଣ କରିବାକୁ ପଡ଼ିବ। ଜୁଲାଇ ୫ରୁ ୧୪ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ।ତେବେ ମାଟ୍ରିକ୍‌ ପରୀକ୍ଷା ନିମନ୍ତେ ସବୁ ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା ଫିସ୍ ଛାଡ଼ ଘୋଷଣା କରାଯାଇଛି। ଅନ୍ୟପଟେ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ। ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍‌ଲାଇନ୍ ପରୀକ୍ଷା ବ୍ୟବସ୍ଥା ହେଉ ଥିବାରୁ ସପ୍ଲିମେଣ୍ଟାରୀ ପରୀକ୍ଷା ଆୟୋଜନ ନ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି।ଜୁନ୍ ୨୫ ତାରିଖ ଦିନ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। କରୋନା ପାଇଁ ଏଥର ବିନା ପରୀକ୍ଷାରେ ପରୀକ୍ଷା ଫଳ ବାହାରିଥିଲା। ପୂର୍ବ ବର୍ଷମାନଙ୍କର ପାସ୍ ହାରକୁ ଅତିକ୍ରମ କରି ଏଥର ପାସ୍ ହାର ୯୭.୮୯ ରହିଥିଲା। ହେଲେ ରେଜଲ୍ଟକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଥିଲା।

Comment