ଓଡ଼ିଶାଲାଇଭ୍ ବ୍ୟୁରୋ

‘ଓଡ଼ିଶାଲାଇଭ’ ପ୍ରସ୍ତୁତ ମାସିକ ଓ୍ୱେବ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ରେଡିଓ ଚକଲେଟ୍‌ ୧୦୪ ଏଫଏମ୍‌ରେ ପ୍ରାସାରିତ ହେବ। ଆଜି ଦିନ ୧ଟାରେ ଶ୍ରୋତାବନ୍ଧୁ ଶୁଣିବାକୁ ପାଇବେ ଯୁବ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀ। ଏଥର ‘ଷ୍ଟାର୍ଟଅପ୍‌ ଷ୍ଟୋରି’ରେ ଅତିଥି ଅଛନ୍ତି କ୍ୟାନସର ଚିକିତ୍ସା ଲାଗି ନୂଆ ଜ୍ଞାନକୌଶଳ ବିକାଶ କରୁଥିବା ବାୟୋଟେକ୍ ଷ୍ଟାର୍ଟଅପ୍ କମ୍ପାନି ‘ସାଇଜେନିକା’ର ସିଇଓ ଏବଂ ସିଏସ୍‌ଓ ଡକ୍ଟର ନୁସରତ୍ ଜେ ଏମ୍ ସଂଘମିତ୍ରା।ନୁସରତ୍ ତରୁଣ ପିଢ଼ି ତଥା ଷ୍ଟାର୍ଟଅପ୍‌ରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା। ତାଙ୍କ ପରିବାର, ଛାତ୍ର ଜୀବନ, ବିଶେଷକରି ଷ୍ଟାର୍ଟଅପ୍‌ ଯାତ୍ରା ପଛର ସଂଘର୍ଷ ଓ ସଫଳତାର ଅନେକ କଥାକୁ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଉପସ୍ଥାପକ ତଥା ଓଡ଼ିଶା ସ୍କିଲ୍ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ।

ଷ୍ଟାର୍ଟଅପ୍ ଷ୍ଟୋରିର ପ୍ରଥମ ଅଧ୍ୟାୟରେ ‘ନେଷ୍ଟ ଆୱେ’ କମ୍ପାନିର ସିଇଓ ଅମରେନ୍ଦ୍ର ସାହୁଙ୍କ ସଫଳ ଷ୍ଟାର୍ଟଅପ୍ ଯାତ୍ରାର କାହାଣୀକୁ ରେଡିଓ ଚକଲେଟ୍‌ରେ ଅଗଣିତ ଶ୍ରୋତାବନ୍ଧୁ ଶୁଣିଥିଲେ। ସେହିପରି ଦ୍ଵିତୀୟ ଅଧ୍ୟାୟରେ ‘ଫିନିକ୍ସ ରୋବୋଟିକ୍ସ’ କମ୍ପାନିର ସିଇଓ ଅମୀୟ ସାମନ୍ତରାୟ ଏବଂ ତୃତୀୟ ଅଧ୍ୟାୟରେ ‘ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜି’ର ସିଇଓ ଅରବିନ୍ଦ ପାଣିଙ୍କ ସଫଳ ଷ୍ଟାର୍ଟଅପ୍ ଯାତ୍ରା ରେଡିଓ ଚକଲେଟ୍‌ରେ ପ୍ରସାରିତ ହୋଇଥିଲା। ସୋସିଆଲ ମିଡିଆରେ ଦର୍ଶକମାନେ ଏହାକୁ ପସନ୍ଦ କରିଛନ୍ତି।Startup Story Ep-4 Nusratପ୍ରତି ମାସ ୧ ତାରିଖରେ ଓଡ଼ିଶାଲାଇଭ୍‌ର ଫେସବୁକ୍‌ ଏବଂ ୟୁଟ୍ୟୁବ ଭଳି ସୋସିଆଲ ଚ୍ୟାନେଲରେ ପ୍ରସାରିତ ହେଉଛି ଜଣେ ଜଣେ ସଫଳ ଯୁବ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସହ ସାକ୍ଷାତକାର। ଏହି ଭିଡିଓଗୁଡ଼ିକ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ କମ୍ପାନି, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗ ବିକାଶରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ସୂଚନା ଓ ପ୍ରେରଣାର ବିଷୟ ହେବ।

ଏହି କାର୍ଯ୍ୟକ୍ରମ ଲାଗି ସହଭାଗିତାର ହାତ ବଢ଼ାଇଛି ‘ଷ୍ଟାର୍ଟଅପ୍‌ ଓଡ଼ିଶା’। ‘ମୋ କଲେଜ’ ଅଭିଯାନ ଏହା ସହିତ ନଲେଜ୍‌ ପାର୍ଟନର ଭାବେ ଯୋଡ଼ି ହୋଇଛି। ଇଣ୍ଡଷ୍ଟ୍ରି ପାର୍ଟନର ଅଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି ଓଡ଼ିଶା।ସେହିପରି ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏହାର ପ୍ରିଣ୍ଟ ପାର୍ଟନର୍‌ ରହିଥିବା ବେଳେ ରେଡିଓ ପାର୍ଟନର ରହିଛି ‘ରେଡିଓ ଚକ୍‌ଲେଟ୍‌ ୧୦୪ ଏଫ୍‌ଏମ୍’। ରେଡିଓ ନମସ୍କାର, ରେଡିଓ ସୁରଭି ଓ ରେଡିଓ ବୁଲ୍‌ବୁଲ୍ ଏହାର କମ୍ୟୁନିଟି ରେଡିଓ ପାର୍ଟନର୍ ରହିଛନ୍ତି। ଏହି ସମସ୍ତ ରେଡିଓରେ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ପ୍ରତିଟି ଅଧ୍ୟାୟ ପ୍ରସାରିତ ହେଉଛି। ଏହା ସହିତ ପ୍ରତ୍ୟେକ ସାକ୍ଷାତକାରର ସଂକ୍ଷିପ୍ତ ଅଂଶ ଓଡ଼ିଶାଲାଇଭ୍‌ ନ୍ୟୁଜ୍ ପୋର୍ଟାଲ ସହିତ ‘ସମ୍ବାଦ ରବିବାର’ ସାପ୍ତାହିକ ପୃଷ୍ଠାରେ ପ୍ରକାଶିତ ହୋଇ ଏକ ବୃହତ୍ତର ଦର୍ଶକଙ୍କ ପାଖରେ ପହଞ୍ଚି ପାରୁଛି।

LEAVE A REPLY

Please enter your comment!
Please enter your name here