ଓଡିଶାଲାଇଭ୍ ବ୍ୟୁରୋ

୨୨ତମ କାରଗିଲ ବିଜୟ ଦିବସରେ ଦେଶର ସୀମାନ୍ତ ସୁରକ୍ଷା ନିମନ୍ତେ ଆତ୍ମବଳୀ ଦେଇଥିବା ଭାରତର ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ।

୧୯୯୯ ମସିହ ଜୁଲାଇ ୨୬ ତାରିଖ ଭାରତ ତଥା ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ଏହି ଦିନ କାରଗିଲ ଯୁଦ୍ଧରେ ବିଜୟ ଲାଭ କରିଥିଲା ଭାରତ। ଭାରତୀୟ ସୈନ୍ୟଙ୍କ ଅଦମ୍ୟ ସାହସ ଏବଂ ବୀରତ୍ଵ ଆଗରେ ହାର୍ ମାନିଥିଲା ପାକିସ୍ତାନ। କିନ୍ତୁ ଏହି ଯୁଦ୍ଧରେ ୫୦୦ରୁ ଊର୍ଦ୍ଧ୍ଵ ଭାରତୀୟ ଯବାନ ସହିଦ ହୋଇଥିଲେ। ସେଥିମଧ୍ୟରେ ଓଡ଼ିଶାର ୧୩ ଜଣ ବୀର ଯବାନ ସାମିଲ ଥିଲେ।

୧୯୯୯ ମେ’ ମାସରୁ ଜୁଲାଇ ମାସ ମଧ୍ୟରେ ହୋଇଥିବା କାରଗିଲ ଯୁଦ୍ଧରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ଓଡ଼ିଆ ଯବାନମାନେ ହେଲେ :
ମେଜର ପଦ୍ମପାଣି ଆଚାର୍ଯ୍ୟ, ଡ୍ରାଇଭର ଗୋପିନାଥ ମହାରଣା, ଫ୍ଲାଇଟ ଇଞ୍ଜିନିଅର ରାଜ କିଶୋର ସାହୁ, ଲାନ୍ସ ନାଏକ ରାମ କୁମାର ପ୍ରଧାନ, ନାଏକ ସଚିଦାନନ୍ଦ ମଲ୍ଲିକ, ଲାନ୍ସ ନାଏକ ମାନସ ରଞ୍ଜନ ସାହୁ, ରାଇଫଲ ମ୍ୟାନ ଲିଙ୍କନ ପ୍ରଧାନ, ସର୍ଜଣ୍ଟ ରାଜ କିଶୋର ସାହୁ, ଶ୍ରୀନିବାସ ପାତ୍ର, ସିଗ୍ନାଲ ମ୍ୟାନ ରାଜନ ସାହୁ, ଗଙ୍ଗାରାମ ଦାସ, ବୁଧୁ ରାମ, ନିରଞ୍ଜନ।ଜୁଲାଇ ୨୬, ୧୯୯୯ରେ ୭୩ ଦିନର ଯୁଦ୍ଧ ଶେଷ ହୋଇଥିଲା। ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ କାର୍ଗିଲ, ଡ୍ରାସ, ଟୋଲଲିଙ୍ଗ, ବତାଲିକ ଓ ତୁର୍ତ୍ତକ ସେକ୍ଟରରୁ ଲାଇନ ଅଫ କଣ୍ଟ୍ରୋଲର ଅପର ପଟକୁ ହଟାଇ ଦେଇଥିଲେ।

ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସେତେବେଳେ ସରକାର ଚାଲିଥିଲା। କାରଗିଲ ଯୁଦ୍ଧ ଜିତିବା ପାଇଁ କିନ୍ତୁ ଭାରତକୁ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା। ଏଥିରେ ୫୨୭ ସୈନିକ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ କୋଡ଼ିଏ ଜଣ ଅଫିସର, ୨୩ ଜଣ ଜୁନିଅର କମାଣ୍ଡ ଅଫିସର, ୪୭୫ ଯବାନ ଥିଲେ। ୧୭୦୦ ପାଖାପାଖି ଆହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here