ଓଡ଼ିଶାଲାଇଭ ବ୍ୟୁରୋ

୧୯୯୯, ଜୁଲାଇ ୨୬। ପ୍ରାୟ ୧୮ ହଜାର ଫୁଟ ଉଚ୍ଚରେ ଥିବା ଶତ୍ରୁସୈନ୍ୟଙ୍କୁ ପରାସ୍ତ କରି ଭାରତୀୟ ସେନା ଇତିହାସ ସୃଷ୍ଟି କରିଥିଲା। ଅଢ଼େଇ ମାସରୁ ଅଧିକ ଦିନର ଯୁଦ୍ଧପରେ ସେଦିନ ବିଜୟ ସ୍ୱାଦରେ ନାଚି ଉଠୁଥିଲା ସାରାଦେଶ। ସମଗ୍ର ବିଶ୍ୱକୁ ଭାରତ ଜଣାଇଥିଲା – ‘ୟେ ଦେଶ ହୈ ବୀର ଯବାନୋଁ କା’

ଏହି ବିଜୟରେ ଭାରତୀୟ ଯବାନଙ୍କ ଯେତିକି ଗୁରତ୍ୱପୂର୍ଣ୍ଣ ଭୂମିକା ଥିଲା ସେତିକି ଗୁରୁତ୍ୱପୂର୍ଣ୍ଣ ଥିଲା ବୋଫର୍ସ ତୋପର ଭୂମିକା। ଯାହା ପାକିସ୍ତାନର ଛାତି ଥରାଇ ଗେମ୍ ଚେଞ୍ଜ କରିଦେଇଥିଲା।

କାଉଣ୍ଟର ଆଟାକରେ ସାହାଯ୍ୟ କରିଥିଲା ବୋଫର୍ସ..

କାରଗିଲ ଯୁଦ୍ଧରେ ଭାରତୀୟ ସେନା ଜୁନ ୧୨/୧୩ରେ ପାକିସ୍ତାନ ଅନପ୍ରବଶେକାରୀଙ୍କୁ ଟୋଲଲିଙ୍ଗରୁ ତଡ଼ିବାରେ ସଫଳ ହୋଇଥିଲେ। ଏହି ପଏଣ୍ଟରୁ ଶତ୍ରୁ ସୈନ୍ୟ ଏନଏଚ ଉପରେ ଭାରତୀୟ ସେନାକୁ ଆଟାକ କରୁଥିଲେ। ଶତ୍ରୁଙ୍କ ଆଗରେ କମଜୋର ହେଉଥିଲେ ଭାରତୀୟ ସେନା। ଶେଷରେ ସେନା କାଉଣ୍ଟର ଆଟାକ ପାଇଁ ବୋଫର୍ସର ବ୍ୟବହାର କରିଥିଲା। ପାହଡ଼ରେ ଲୁଚି ଅନୁପ୍ରବେଶକାରୀଙ୍କୁ ମାରିବାରେ ସଫଳ ହୋଇଥିଲା।

କାରଗିଲ ଯୁଦ୍ଧରେ ପ୍ରଥମ ଥର ଲାଗି ବୋଫର୍ସ ବ୍ୟବହାର ହୋଇଥିଲା। ପାହାଡ଼ ଉପରେ ଶତ୍ରୁ ସହ ଲଢ଼ିବା ପାଇଁ ଭାରତୀୟ ସେନା ନିକଟରେ ବୋଫର୍ସ ହିଁ ଏକମାତ୍ର ଭରସା ଥିଲା।

ବୋଫର୍ସର ବିଶେଷତ୍ୱ

  • ୨୭ କିଲୋମିଟର ପର୍ଯ୍ୟନ୍ତ ଗୁଳିମାରିବାକୁ ସକ୍ଷମ
  • ଓଜନ କମ୍ ଥିଲା। ଯାହାଫଳରେ ଯୁଦ୍ଧଭୂମିରେ ଯବାନ ନିଜ ହିସାବରେ ଏହାକୁ ସହଜରେ ସୁରକ୍ଷିତ ରଖିପାରୁଥିଲେ।
  • ୧ ମିନିଟରେ ୧୦ ଗୁଳି ମାରିବାର ଶକ୍ତି ରଖିଥିଲା ବୋଫର୍ସ।
  • ଶତ୍ରୁଙ୍କ ଲୋକେସନ ଜଣାପଡ଼ିବା ପରେ ବଫୋର୍ସ ଜରିଆରେ ଶତ୍ରୁଙ୍କୁ ଟାର୍ଗେଟ କରାଯାଇ ପାରୁଥିଲା।
  • ପାହାଡ଼ି ଅଞ୍ଚଳରେ ଶତ୍ରୁ ସହ ଲଢ଼ିବା ଲାଗି ଏହା ଚମତ୍କାର ହତିଆର ଥିଲା।

ଭାରତର ବିଜୟ

ଜୁଲାଇ ୨୬,  ୧୯୯୯ରେ ୭୩ ଦିନର ଯୁଦ୍ଧ ଶେଷ ହୋଇଥିଲା। ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ କାର୍ଗିଲ, ଡ୍ରାସ, ଟୋଲଲିଙ୍ଗ, ବତାଲିକ ଓ ତୁର୍ତ୍ତକ ସେକ୍ଟରରୁ ଲାଇନ ଅଫ କଂଟ୍ରୋଲର ଅପର ପଟକୁ ହଟାଇ ଦେଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସେତେବେଳେ ସରକାର ଚାଲିଥିଲା। କାର୍ଗିଲ ଯୁଦ୍ଧ ଜିତିବା ପାଇଁ କିନ୍ତୁ ଭାରତକୁ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା। ଏଥିରେ ୫୨୭  ସୈନିକ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ କୋଡ଼ିଏ ଜଣ ଅଫିସର, ୨୩ ଜଣ ଜୁନିଅର କମାଣ୍ଡ ଅଫିସର,୪୭୫ ଯବାନ ଥିଲେ। ୧୭୦୦ ପାଖାପାଖି ଆହତ ହୋଇଥିଲେ।

Salam Sahid

ବୋଫର୍ସ ବିବାଦ

ବୋଫର୍ସକୁ ନେଇ ବିବାଦ ମଧ୍ୟ ହୋଇଛି। ଭାରତୀୟ ସେନା ପାଇଁ ୪୦୦ ସଂଖ୍ୟକ ଅତ୍ୟାଧୁନିକ ୧୫୫ମିମି. ହୋଓ୍ଵିଜର ବନ୍ଧୁକ ଯୋଗାଣ ପାଇଁ ସ୍ୱେଡେନ୍‌ର ଯୁଦ୍ଧାସ୍ତ୍ର ନିର୍ମାଣକାରୀ ସଂସ୍ଥା ଏ ବି ବୋଫର୍ସ ୧୯୮୬ ମାର୍ଚ୍ଚ ୨୪ରେ ଭାରତ ସରକାରଙ୍କ ସହ ୧,୪୩୭ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଥିଲା। ତେବେ ଏହି ରାଜିନାମା ପାଇଁ ଭାରତର କିଛି ବରିଷ୍ଠ ନେତା ଏବଂ ସେନାଧିକାରୀଙ୍କୁ ବୋଫର୍ସ କମ୍ପାନି ୬୪ କୋଟିର ଲାଞ୍ଚ ଦେଇଥିଲା ବୋଲି ୧୯୮୭ ଏପ୍ରିଲ୍‌ ୧୬ରେ ସ୍ୱେଡେନ୍‌ ବେତାର ବାର୍ତ୍ତା ଦାବି କରିଥିଲା।

LEAVE A REPLY

Please enter your comment!
Please enter your name here