ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତକୁ ମିଳିଲା ଆଉ ଏକ ପଦକ। ଟୋକିଓ ଅଲିମ୍ପିକ୍ସର ବକ୍ସିଂ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ମହିଳା ବକ୍ସର ଲଭଲିନା। ଲଭଲିନାଙ୍କ ପଦକକୁ ମିଶାଇ ବର୍ତ୍ତମାନ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩କୁ ବୃଦ୍ଧି ପାଇଛି।

ବକ୍ସିଂ ପ୍ରତିଯୋଗିତାରେ ଭାରତ ପାଇଁ ପଦକ ନିଶ୍ଚିତ କରିସାରିଥିବା ଲଭଲିନା ବୁଧବାର ସେମିଫାଇନାଲରେ ତୁର୍କୀ ପ୍ରତିଯୋଗୀ ବେସୁନାଜ ସୁର୍ମେନେଲିଙ୍କୁ ଭେଟି ଥିଲେ। ୬୯କେଜି ବର୍ଗ ସେମିଫାଇନାଲରେ ସୁର୍ମେନେଲିଙ୍କ ଠାରୁ ସେ ହାରିଛନ୍ତି। ଏଥିସହିତ ବକ୍ସିଂ ପ୍ରତିଯୋଗିତାରେ ସେ ଭାରତ ପାଇଁ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି।

ଅନ୍ୟପଟେ ଲଭଲିନାଙ୍କ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ଖାଲି ପ୍ରଧାନମନ୍ତ୍ରୀ ନୁହଁନ୍ତି ବିଭିନ୍ନ ମହଲରୁ ଲଭଲିନାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଉଛି।

Comment