ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ୧୫ତାରିଖରୁ କଟକ ଏସସିବି ମେଡିକାଲରେ ଏକ୍‌ମୋ ସେବା ଯୋଗାଇ ଦିଆଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ଶନିବାର ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି।ଡିଏମଇଟି କହିଛନ୍ତି, “ଏସସିବିରେ ସମୁଦାୟ ୯ଟି ଏକ୍‌ମୋ ମେସିନ ଇନଷ୍ଟଲ ହୋଇଛି। ଏଥିପାଇଁ ୯ଜଣ ସ୍ଵାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି। ଏମାନେ ସମସ୍ତେ କୋଲକାତାରୁ ପ୍ରଶିକ୍ଷଣ ନେଇ ଫେରିଛନ୍ତି।”

ସେ ଆଉ ମଧ୍ୟ କହିଛନ୍ତି, “ଏସସିବିରେ ଏକ୍‌ମୋ ଚିକିତ୍ସା ପାଇଁ ଦୁଇଟି ୟୁନିଟ୍ କରାଯାଇଛି। ପ୍ରଥମ ୟୁନିଟରେ ୬ଟି ଏବଂ ଦ୍ଵିତୀୟ ୟୁନିଟରେ ୩ଟି ମେସିନ ରହିଛି। କୋଭିଡର ପରବର୍ତ୍ତୀ ଜଟିଳନା ପାଇଁ ୬ଟି ମେସିନର ବ୍ୟବହାର କରାଯିବ।”ସୂଚନା ଥାଉକି, କରୋନାର ଦ୍ଵିତୀୟ ଲହର ସଂକ୍ରମଣ ସମୟରେ ଅନେକ ରୋଗୀଙ୍କର ଏକ୍‌ମୋ ଚିକିତ୍ସାର ଆବଶ୍ୟକ ପଡ଼ିଥିଲା। ଏଥିପାଇଁ କିଛି ବ୍ୟକ୍ତି ରାଜ୍ୟ ବାହାରକୁ ମଧ୍ୟ ଯାଇଥିଲେ। ଏବେ ସୁଦ୍ଧା କିଛି ଜଣ ସୁସ୍ଥ ହୋଇ ଫେରିଥିବାବେଳେ, ଆଉ କିଛି ଜଣଙ୍କର ଚିକିତ୍ସା ଜାରି ରହିଛି। ତେବେ ସବୁ ବର୍ଗର ଲୋକମାନେ ବାହାରକୁ ଯାଇ ଚିକିତ୍ସା କରିବା ସମ୍ଭବ ହେଉନଥିବାବେଳେ, ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ଏକ୍‌ମୋ ମେସିନକୁ ଓଡ଼ିଶାକୁ ଆଣିଛନ୍ତି। ପୂର୍ବରୁ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲରେ ଏହି ମେସିନ୍ ପ୍ରତିଷ୍ଠା ହୋଇଥିବାବେଳେ, ଏବେ କଟକ ବଡ଼ ମେଡିକାଲରେ ଏକ୍‌ମୋ ସେବା ଯୋଗାଇ ଦିଆଯିବ।

LEAVE A REPLY

Please enter your comment!
Please enter your name here