ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବମ ଓ ଦଶମ ଶ୍ରେଣୀର ପରୀକ୍ଷା ପଦ୍ଧତିକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିବର୍ତ୍ତନ ନେଇ ଯୋଜନା କରାଯାଇଛି। ଚଳିତ ଶିକ୍ଷା ବର୍ଷ ୨୦୨୧-୨୨ରେ ଜୁଲାଇ ମାସରୁ ଶିକ୍ଷାଦାନ ଆରମ୍ଭ ହୋଇ ଏପ୍ରିଲ୍‌ରେ ଶେଷ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏଥିସହ ଏହି ଶିକ୍ଷାବର୍ଷକୁ ଦୁଇ ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଜୁଲାଇ ମାସରୁ ନଭେମ୍ବର ପର୍ଯ୍ୟନ୍ତ ଏବଂ ଦ୍ଵିତୀୟ ପର୍ଯ୍ୟାୟକୁ ଡିସେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ କରାଯାଇଛି।

କରୋନା ପାଇଁ ପୂର୍ବବର୍ଷ ସ୍କୁଲମାନଙ୍କରେ ପରୀକ୍ଷାଗୁଡ଼ିକୁ ବାତିଲ କରାଯାଇଥିଲା। ଶେଷରେ ବିକଳ୍ପ ମୂଲ୍ୟୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ତେବେ ଆଗକୁ ଯେପରି ଏହିଭଳି ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ ସେଥିପାଇଁ ନୂତନ ପରୀକ୍ଷା ପଦ୍ଧତିକୁ ଆପଣେଇଛି ବୋର୍ଡ।ତେବେ ଚଳିତ ଶିକ୍ଷା ବର୍ଷରେ ହେବାକୁ ଥିବା ଦୁଇ ପର୍ଯ୍ୟାୟ ପଦ୍ଧତିରେ ପିଲାମାନେ ଅଲଗା ଅଲଗା ପରୀକ୍ଷା ଦେବେ। ପ୍ରତି ପର୍ଯ୍ୟାୟରେ ୫୦ପ୍ରତିଶତ ସିଲାବସକୁ ନେଇ ପାଠ ପଢ଼ାଯିବ ଏବଂ ବୋର୍ଡ ସିଧାସଳଖ ଏହି ପରୀକ୍ଷା କରାଇବ। ବୋର୍ଡ ଦ୍ୱାରା ପ୍ରସ୍ତୁତ ପ୍ରଶ୍ନପତ୍ରରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ୩୦ ପ୍ରତିଶତ ନମ୍ବର ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ୫୦ ପ୍ରତିଶତ ନମ୍ବର ରହିବ। ପ୍ରତି ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନରେ ଫର୍ମ ପୂରଣ କରିବାକୁ ପଡ଼ିବ। ଏହି ଦୁଇ ପର୍ଯ୍ୟାୟ ମାର୍କ ସହ ସ୍କୁଲରେ ହୋଇଥିବା ଆଭ୍ୟନ୍ତରୀଣ ମୂଲ୍ୟାୟନର ୨୦ ପ୍ରତିଶତ ମାର୍କକୁ ମିଶାଇ ପରୀକ୍ଷାର୍ଥୀଙ୍କର ସମୁଦାୟ ମୂଲ୍ୟାୟନ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ୭୦ ପ୍ରତିଶତ ପାଠ୍ୟକ୍ରମ ପଢାଯିବ।Startup Story ep -5 Promotion Cardନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ ଆଭ୍ୟନ୍ତରୀଣ ମୂଲ୍ୟାୟନ ୪ଟି ପର୍ଯ୍ୟାୟରେ କରାଯିବ। ଦଶମ ଶ୍ରେଣୀ ପିଲାମାନଙ୍କ ଆଭ୍ୟନ୍ତରୀଣ ମୂଲ୍ୟାୟନର ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନ ନଭେମ୍ବର ପ୍ରଥମ ସପ୍ତାହ, ତୃତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନ ଜାନୁଆରୀ ଦ୍ୱିତୀୟ ସପ୍ତାହ ଏବଂ ଚତୁର୍ଥ ପର୍ଯ୍ୟାୟ ମୂଲ୍ୟାଙ୍କନ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ କରାଯିବ ବୋଲି ବୋର୍ଡ ଦ୍ଵାରା ସମୟ ନିର୍ଦ୍ଧାରଣ କରାଯାଇଛି।

Comment