ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ନିର୍ମାଣ ହୋଇଥିବା ସ୍ମାର୍ଟ ସ୍କୁଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା କାରଣରୁ ଭର୍ଚୁଆଲ ମୋଡରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହେବ। ତେବେ ଶେରଗଡ଼ ଓ ହିଞ୍ଜିଳିକାଟୁର ପ୍ରାୟ ୫୦ଟି ସ୍ମାର୍ଟ ସ୍କୁଲ ଲୋକାର୍ପଣ ହେବାର କାର୍ଯ୍ୟକ୍ରମ ରହିଛି।

ପ୍ରଥମ ପର୍ଯ୍ୟାୟରେ ଶନିବାର ୨୦ ଜଣ ବିଧାୟକ ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହେବେ। ମୋଟ ୫ଟି ପର୍ଯ୍ୟାୟରେ ବିଧାୟକମାନେ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିବେ। ଏ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଅନ୍ୟପଟେ ଅଗଷ୍ଟ ୧୫ ଓ ୧୬ ତାରିଖରେ ହିଞ୍ଜିଳିକାଟୁ ଓ ଶେରଗଡର ୩୯ଟି ବିଦ୍ୟାଳୟ ବୁଲି ସ୍ଥିତି ସମୀକ୍ଷା କରିଥିଲେ ୫ଟି ସଚିବ ଭି. କେ ପାଣ୍ଡିଆନ।

ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ସ୍କୁଲଗୁଡ଼ିକୁ ଡିଜିଟାଲାଇଜେସନ୍ କରାଯାଉଛି। ତେଣୁ ପ୍ରତି ହାଇସ୍କୁଲର ୨ରୁ ୩ଟି ସ୍ମାର୍ଟ କ୍ଲାସରୁମ୍‌ ନିର୍ମାଣ କରାଯାଇଛି। ଏଥିସହ ଅତ୍ୟାଧୁନିକ ଢ଼ାଞ୍ଚାରେ ଇ-ଲାଇବ୍ରେରୀ, ଶୌଚ୍ଚାଳୟ, ପିଇବା ପାଣି ଓ ଖେଳପଡ଼ିଆ ଆଦି ନିର୍ମାଣ କରାଯାଇଛି।

Comment