ଓଡ଼ିଶାଲାଇଭ୍‌ ବ୍ୟୁରୋcorona icmr ne guidelines

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ମଧ୍ୟ ଏନେଇ ଚିଠିରେ ଅବଗତ କରାଇଛନ୍ତି। ଆଗକୁ ପାର୍ବଣ ଥିବାରୁ ଗହଳି ଏଡ଼ାଇବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି।

ଟେଷ୍ଟ, ଟ୍ରାକ, ଟ୍ରିକ୍‌, ଟିକା ଉପରେ ଗୁରୁତ୍ୱ

ଦେଶରେ ଏବେ କୋଭିଡ ସଂଖ୍ୟା ଟିକିଏ ତଳକୁ ଖସିଛି। ତଥାପି ଦୈନିକ ସଂକ୍ରମଣ ପ୍ରାୟ ୩୦ରୁ ୪୦ ହଜାର ଭିତରେ ରହୁଛି। ଅନ୍ୟପଟେ ସେପ୍ଟେମ୍ବର ମାସ ଶେଷ ଆଡ଼କୁ କୋଭିଡର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତେଣୁ ଗହଳି ଜାଗା ଉପରେ କଡ଼ାକଡ଼ି କଟକଣା ପାଳନ କରାଯିବା ସହିତ ଟେଷ୍ଟ, ଟ୍ରାକ, ଟ୍ରିଟ୍, ଟିକା ଉପରେ ଗୁରୁତ୍ୱ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ପାର୍ବଣ ପାଇଁ ସତର୍କ କରାଇଲେ ସରକାର

ଆଗକୁ ପାର୍ବଣ ୠତୁ ଅଛି। ଏଥିପାଇଁ ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହେବାର ଆଶଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ରାଜ୍ୟମାନଙ୍କୁ ସତର୍କ କରାଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ କଟକଣା ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଅଗଷ୍ଟ ମାସରେ ଯାହା ସବୁ ଗାଇଡଲାଇନ ଥିଲା ତାହା ସେପ୍ଟେମ୍ବର ୩ହ ଯାଏଁ ବଳବତ୍ତର ରହିବ ବୋଲି କୁହାଯାଇଛି।

Comment