ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲି ବିଧାନସଭା ଆସନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ପ୍ରତି ରାଉଣ୍ଡରେ ବିଜେଡିର ଭୋଟ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳୁଛି। ତେବେ ଗଣତିର ଦଶମ ରାଉଣ୍ଡ ଶେଷ ସୁଦ୍ଧା ୧୦ ହଜାର ୪୫୧ ଖଣ୍ଡ ଭୋଟରେ ବିଜେଡି  ଆଗରେ ରହିଛି।

ବିଜେଡିକୁ ଦଶମ ରାଉଣ୍ଡ ଶେଷ ସୁଦ୍ଧା ୩୮ ହଜାର ୫୮୯ ଭୋଟ ମିଳିଥିବା ବେଳେ ବିଜେପିକୁ ୨୮ ହଜାର ୧୩୮ ଏବଂ କଂଗ୍ରେସକୁ ୨୪୨୪ ଖଣ୍ଡ ଭୋଟ ମିଳିଛି।

ଏହି ଭୋଟ ସଂଖ୍ୟାକୁ ଦେଖି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ପିପିଲିର ମଙ୍ଗ ଧରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ତେବେ ସମସ୍ତ ରାଉଣ୍ଡ ଭୋଟ ଗଣତି ସରିବା ପରେ ଜଣାପଡ଼ିବ କିଏ ହେବ ପିପିଲି ବିଧା଼ୟକ।

ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଥିଲା। ଏହା ପରେ ୨୦୨୧ ଏପ୍ରିଲ ମାସରେ ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କିନ୍ତୁ ଏପ୍ରିଲ ୧୭ରେ ଭୋଟ ଗ୍ରହଣ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନାରେ ମୃତ୍ୟୁ ହୋଇଯାଇଥିଲା। ତେଣୁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଗଲା। ଏହାପରେ ରାଜ୍ୟରେ କରୋନା ସଂକ୍ରମଣର ଭୟାବହତା ଯୋଗୁଁ ମେ’ ମାସରେ ହେବାକୁ ଥିବା ଉପନିର୍ବାଚନ ତାରିଖକୁ ପୁଣିଥରେ ସ୍ଥଗିତ ରଖାଯାଇଥିଲା।

Comment