ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତେବେ ମଙ୍ଗଳବାର ରାତିରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି।

ଅରବିନ୍ଦ ତ୍ରିବେଦୀ ରାମାନନ୍ଦ ସାଗରଙ୍କ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରୁଥିଲେ। ଏଥି ସହିତ ସେ ଟିଭି ଧାରାବାହିକ ‘ବିକ୍ରମ ବେତାଳ’ରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କର ଅଭିନୟ ଯୋଗୁଁ ସେ ଦର୍ଶକମାନଙ୍କଠାରୁ ଖୁବ୍ ପ୍ରଶଂସା ସାଉଁଟିଥିଲେ। ଆଜିବି ଦର୍ଶକ ତାଙ୍କର ଅଭିନୟକୁ ଭୁଲି ପାରୁନାହାଁନ୍ତି। ସେ ଛୋଟ ପରଦାରେ ଖୁବ୍ କମ୍ ସମୟରେ ଫ୍ୟାନ୍ସମାନଙ୍କ ହୃଦୟକୁ ଜିଣି ପାରିଥିଲେ।

ଅରବିନ୍ଦ ତ୍ରିବେଦୀ ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରରେ ଜନ୍ମଗ୍ରହଣ କରିଥିଲେ। ଗୁଜୁରାଟର ରଙ୍ଗମଞ୍ଚରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ଉଚ୍ଚକୋଟୀର ଅଭିନୟ ପାଇଁ ତାଙ୍କୁ ଅନେକ ପୁରସ୍କାର ମିଳିଥିଲା। ସେ ପ୍ରାୟ ୩ଶହ ହିନ୍ଦୀ ଓ ଗୁଜୁରାଟୀ ଫିଲ୍ମରେ କାମ କରିଥିଲେ।

ଆଜି ମୁମ୍ବାଇର ଦହାନୁକରୱାଡି ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଏନେଇ ଅରବିନ୍ଦଙ୍କ ପୁତୁରା କୌସ୍ତୁଭ ତ୍ରିବେଦୀ ସୂଚନା ଦେଇଛନ୍ତି।

Comment