ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ଶୀତଦିନେ ଲୋକମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିଯିବାକୁ ପସନ୍ଦ କରିଥାନ୍ତି। ଯଦି ଆପଣ ବି କୁଆଡ଼େ ଯିବାପାଇଁ ଚିନ୍ତା କରୁଛନ୍ତି, ତେବେ ଦାରିଙ୍ଗବାଡ଼ି ଏକ ଭଲ ବିକଳ୍ପ ହେବ। କାରଣ ଶୀତଦିନେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନମୁଗ୍ଧକର ହୋଇଥାଏ। ଏହା ହେଉଛି ଓଡ଼ିଶାର ଏକମାତ୍ର ପର୍ବତୀୟ ସ୍ଥାନ ଯେଉଁଠି ଶୀତଦିନେ ବରଫପାତ ହୋଇଥାଏ। ତେଣୁ ଦାରିଙ୍ଗବାଡ଼ିକୁ ‘ଓଡ଼ିଶାର କଶ୍ମୀର’ ବୋଲି କୁହାଯାଏ।
କେମିତି ଯିବେ?
ଏହି ସୁନ୍ଦର ସ୍ଥାନଟି ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଅବସ୍ଥିତ। ଯଦି ଆପଣ ରାଜଧାନୀ ଭୁବନେଶ୍ଵରରୁ ଦାରିଙ୍ଗବାଡ଼ି ଯିବେ ତେବେ ଆପଣଙ୍କୁ ପ୍ରାୟ ୨୬୦ କିଲୋମିଟର ଯାତ୍ରା କରିବାକୁ ପଡ଼ିବ। ବ୍ରହ୍ମପୁରରୁ ଗଲେ ୧୨୦ କିଲୋମିଟର ଯିବାକୁ ହେବ। ଦାରିଙ୍ଗବାଡ଼ିର ମୁଖ୍ୟ ଆକର୍ଷଣ
ଶୀତଦିନେ ଦାରିଙ୍ଗବାଡ଼ିର ପ୍ରାକୃତିକ ଶୋଭାରାଜି ଖୁବ୍ ସୁନ୍ଦର ଲାଗିଥାଏ। ଘନ ଝାଉଁ ବଣ, ସୁନ୍ଦର ପାହାଡ଼, କଫି ବଗିଚା, ଗୋଲମରିଚ, ହଳଦୀ ବଗିଚା, ଡୋଲୁରୀ ନଦୀର ସୁନ୍ଦର ଝରଣା ଆଦି ଏହାର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଥାଏ।ଆଉ କ’ଣ ଦେଖିବେ?
ହିଲ୍ ଭିୟୁ ପଏଣ୍ଟ – ଏହି ସ୍ଥାନରେ ଛିଡ଼ା ହେଲେ ସମ୍ପୂର୍ଣ୍ଣ ଦାରିଙ୍ଗବାଡ଼ିର ସୌନ୍ଦର୍ଯ୍ୟ ଉପଭୋଗ କରିହୁଏ।
ଛଅ କିଲୋମିଟର ବ୍ୟାସ ବିଶିଷ୍ଟ ପଥର – ଏହି ପଥର ଚାପିପଟେ ଥରେ ବୁଲି ଆସିଲେ ମାନସିକ ଶାନ୍ତି ମିଳେ ବୋଲି ମାନ୍ୟତା ରହିଛି। ଏଠାରେ ଟ୍ରେକିଙ୍ଗ୍ ମଧ୍ୟ କରାଯାଏ।ଲଭର୍ସ ପାରାଡାଇଜ୍ – ଏହି ସ୍ଥାନଟି ଝରଣା କୂଳରେ ରହିଛି। ବଣଭୋଜି କରିବା ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ।
ବେଲଘର ସଂରକ୍ଷିତ ସ୍ଥାନ – ଏଠାରେ ୨,୨୫୫ ଫୁଟ ଉଚ୍ଚତାରେ ୧୬୧୭୪,୪୬ ବର୍ଗ ଏକର ଘଞ୍ଚ ଜଙ୍ଗଲ ସଂରକ୍ଷିତ ହୋଇ ରହିଛି। ଏହି ଜଙ୍ଗଲରେ ବଣ୍ଡା ଆଦିବାସୀମାନେ ବସବାସ କରନ୍ତି।ଡୋଲୁରୀ ନଦୀ – ଏହି ନଦୀରୁ ଅନେକ ଛୋଟ ବଡ଼ ଝରଣା ପ୍ରବାହିତ ହେଉଛି। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକର୍ଷିତ କରିଥାଏ।