ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଫଳରେ ରାସ୍ତା ଯିବାଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୩ରୁ ୪ ଦିନ ଭିତରେ ପାରଦ ଆହୁରି ଖସିବ। ରାତିରେ ପାରଦ ୩ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବ।

ପାହାଡ଼ିଆ ଅଞ୍ଚଳ ଫୁଲବାଣୀରେ ଅସମ୍ଭାଳ ଥଣ୍ଡା ଅନୁଭୂତ ହେଉଛି। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ବରଫପାତ ମଧ୍ୟ ଆରମ୍ଭ ହୋଇଗଲାଣି।

ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ବେଶୀ ଶୀତ ଅନୁଭୂତ ହେଉଛି। ଏହା ସହ କିଛି ସ୍ଥାନରେ କୁହୁଡ଼ି ପଡୁଥିବା ଦେଖିବାକୁ ମିଳିଛି। ଶୀତରୁ ରକ୍ଷା ପାଇବା ଲାଗି ଲୋକେ ନିଆଁ ଜାଳି ବସି ରହୁଥିବା ବେଳେ ଆଉ କିଛି ଲୋକେ ପ୍ରାତଃ ଭ୍ରମଣ କରୁଛନ୍ତି।

Comment