ଓଡ଼ିଶାଲାଇଭ୍‌ ବ୍ୟୁରୋ

କନ୍ଧମାଳ ଦାରିଙ୍ଗବାଡ଼ିସ୍ଥିତ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ ଲେଭେଲ୍‌ ଫେଡେରେସନ୍‌ରେ ବିଭିନ୍ନ ପଦବୀରେ ସମୁଦାୟ ୧୫ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀମାନେ ଫେବ୍ରୁଆରି ୧୮ ସୁଦ୍ଧା ଆବେଦନ କରିପାରିବେ।

ପ୍ରୋଗ୍ରାମ ମ୍ୟାନେଜର (ଗୋଟିଏ ପଦବୀ):

  • ଶିକ୍ଷାଗତ ଯୋଗ୍ୟତା- ଯେକୌଣସି ବିଭାଗରେ ଏମ୍‌ବିଏ ଡିଗ୍ରୀ କିମ୍ବା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ ଏବଂ ଡେଭେଲପିଂ ସେକ୍ଟରରେ ୫ ବର୍ଷର ଅଭିଜ୍ଞତା ଥିବ।
  • ବୟସ ସୀମା- ୪୦ ବର୍ଷରୁ କମ୍‌

ଏକାଉନ୍‌ଟାଣ୍ଟ (ଗୋଟିଏ ପଦବୀ):

  • ଶିକ୍ଷାଗତ ଯୋଗ୍ୟତା- କମର୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ ଏବଂ ଏକାଉନ୍‌ଟାଣ୍ଟିଂରେ ୩ ବର୍ଷ ଅଭିଜ୍ଞତା ଥିବ।
  • ବୟସ ସୀମା- ୩୦ ବର୍ଷରୁ କମ୍‌

Odishalive recruitment

ଏମ୍‌ଆଇଏସ୍‌ ଆସିଷ୍ଟାଣ୍ଟ (ଗୋଟିଏ ପଦବୀ):

  • ଶିକ୍ଷାଗତ ଯୋଗ୍ୟତା- ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ସହ ପିଜିଡିସିଏ/ଡିସିଏ ହାସଲ କରିବା ସହ ଡାଟା ଏଣ୍ଟ୍ରିରେ ୨ ବର୍ଷର ଅଭିଜ୍ଞତା ଥିବ।
  • ବୟସ ସୀମା- ୩୦ ବର୍ଷରୁ କମ୍‌

ମାଷ୍ଟର ଟ୍ରେନର୍‌ (୧୨ଟି ପଦବୀ):

  • ଶିକ୍ଷାଗତ ଯୋଗ୍ୟତା- ଦଶମ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ। ଏସ୍‌ଏଚ୍‌ଜିରେ ୨ ବର୍ଷର ଅଭିଜ୍ଞତା ଥିବ।
  • ବୟସ ସୀମା- ୧୮ କିମ୍ବା ଅଧିକ ବର୍ଷ

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ନିଜର ବାୟୋଡାଟା ସହ ଶିକ୍ଷାଗତ ସାର୍ଟିଫିକେଟ୍‌, ଅଭିଜ୍ଞତା କାଗଜପତ୍ର ଆଦିକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ଠିକଣାରେ ପଠାଇଦେବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା- At- ଦାରିଂବାଡ଼ି, Post- ଦାରିଂବାଡ଼ି, ଓଡ଼ିଶା ଲାଇଭ୍‌ହୁଡ୍‌ ମିଶନ୍‌, ବ୍ଲକ୍‌ ଅଫିସ୍‌ ଦାରିଂବାଡ଼ି, Dist- କନ୍ଧମାଳ, Pin- ୭୬୨୧୦୪

ଏହି ବିଜ୍ଞପ୍ତି ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ www.kandhamala.nic.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment