ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲାରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲାଲ ବାହୀନି। ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦୀ। ମୃତ ବ୍ୟକ୍ତି ହେଲେ କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡାପିପାଡ଼ିର ରମେଶ ନାୟକ।

ଶନିବାର ବିଳମ୍ବିତ ରାତିରେ ରମେଶଙ୍କୁ ଘରୁ ଉଠାଇ ନେଇଥିଲେ ସଶସ୍ତ୍ର ମାଓବାଦୀ। ରବିବାର ଦିନ ନିକଟସ୍ଥ ଜଙ୍ଗଲରେ ରମେଶଙ୍କର ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଅଞ୍ଚଳର ଲୋକେ।

ରମେଶ ଜଣେ ଦୁର୍ନୀତିଗ୍ରସ୍ତ ଠିକାଦାର, କାଠ ମାଫିଆ ହେବା ସହ ପୋଲିସକୁ ମାଓବାଦୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଉଥିବାରୁ ରମେଶଙ୍କୁ ଦଣ୍ଡ ଦିଆଯାଇଥିବା ଏକ ମାଓବାଦୀ ସଂଗଠନ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ ରମେଶ ନିଜର କାର୍ଯ୍ୟ ଜାରି କରିଥିଲେ, ତେଣୁ ତାଙ୍କୁ ଏହି ଦଣ୍ଡ ଦିଆଯାଇଥିବା ମାଓବାଦୀ ସଂଗଠନ ପକ୍ଷରୁ କୁହାଯାଇଛି।

ରମେଶଙ୍କୁ ଗୁଳି କରି ହତ୍ୟା କରିବା ପରେ ବଂଶଧାରା ଘୁମୁସର ନାଗାବଳୀ ମାଓବାଦୀ ଡିଭିଜନର ଏକ ହାତ ଲେଖା  ପୋଷ୍ଟରକୁ ଜବତ କରିଛି ପୋଲିସ।

Tags: #Kandhamal #MaoistKill #RameshNayak #PoliceInformer

LEAVE A REPLY

Please enter your comment!
Please enter your name here